ମୁଖ୍ୟ ଖବର ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସାରୁଆଳି ଗାଁର ପର୍ଶୁରାମ ଭୋଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପର୍ଶୁରାମ ରବିବାର ଦିନ ହେଲା ଜଙ୍ଗଲକୁ ଡାଳ ଖୋଜିବା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରି ପାଇ ନଥିଲେ । ଆଜି ଅପରାହ୍ନରେ ଜଙ୍ଗଲ ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ତେବେ ହାତୀ ଆକ୍ରମଣ ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ…
ଛକରେ ଭୁଜାଲିରେ ହାଣି ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ପୂର୍ବ ଶତ୍ରୁତାରୁ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା । ଅନୁଗୁଳ ଅତିରିକ୍ତ…
ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ…