ଅନୁଗୁଳ – ଅନୁଗୁଳ ଜିଲ୍ଲା କୁମଣ୍ଡ ଅଲେଖପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇଂରାଜୀ ପଢ଼ାଉ ଥିବା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉଥିବା ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଶିକ୍ଷୟତ୍ରୀଙ୍କ ବଦଳି ବାତିଲ କରିବାକୁ ଦାବି କରି ସେମାନେ ଆଣି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ଅନୁସାରେ , କୁମଣ୍ଡ ଅଲେଖପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନାଜିମା ତବସୁମ ଇଂରାଜୀ ପଢାନ୍ତି । ଆଜି ହଠାତ୍ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଜାଣିଲେ ଯେ, ଶିକ୍ଷୟତ୍ରୀ ନାଜିମା ତବସୁମଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଉଛି । ଏହି ଖବର ପାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରି ସ୍ଥିତିରେ ଦିନ ଦୁଇଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇ ନଥିଲେ । ସମସ୍ତ ଅଭିଭାବକ ମାନେ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଲିଖିତ ଭାବେ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ, ଆମ ଶିକ୍ଷୟତ୍ରୀ , ଆମ କୁ ଭଲ ପାଠ ପଢ଼ାଉଛନ୍ତି। ତାଙ୍କୁ କହିକି ବଦଳି କରାଯାଉଛି । ଆଉ ୪ ମାସ ପରେ ପରୀକ୍ଷା ତଗିବା ବେଳେ ଆମେ କିପରି ଇଂରାଜୀ ପାଠ ପଢିବୁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଯଦି ଶିକ୍ଷୟିତ୍ରୀଙ୍କ ବଦଳି କରାଯାଉଛି, ତାହେଲେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଉ , ନଚେତ୍ ଯଦି ଅଭିଯୋଗ ପରେ ବଦଳି ହେବ ତା ହେଲେ ବିଦ୍ୟାଳୟକୁ ତାଲା ପକାଇ ଦେବୁ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ।

