ସମସ୍ୟା କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯ ଜଣ ମୃତ୍ୟୁ ମୁଖରେ ପଡିଲେଣି । ଏହାକୁ ଆଖି ଆଗରେ ରଖି ଯେଉଁ ଅନୁପାତରେ ଜିଲ୍ଲାରେ ଟିକାକରଣ ହେବା କଥା ତାହା ହେଉ ନାହିଁ । ମୁଖ୍ୟତଃ ଆଜିଯାଏ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆ ଯାଇ ନାହିଁ । ଅନ୍ୟ ଜିଲ୍ଲାରେ ଟୀକାକରଣ ତ୍ୱରିତ ବେଗରେ ହେଉଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ବହୁ ପଛରେ ଅଛି । ଯାହାକି ଜିଲ୍ଲାବାସୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏହାର ପ୍ରତିବାଦରେ ଅନୁଗୁଳ ଜିଲ୍ଲାର ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆଜି ଭରଚୁଆଲ ମାଧ୍ୟମରେ “ଟିକା ଦେ ସରକାର” ପ୍ରସଙ୍ଗରେ ଏକ ଖୋଲା ମତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ଦଳ ମତ ନିର୍ବିଶେଷରେ ଅନେକ ବ୍ୟକ୍ତି , ଛାତ୍ର , ସାମ୍ବାଦିକ , ବୁଦ୍ଧିଜୀବୀ ଭାଗ ନେଇ ଏହି ସମସ୍ୟା ଉପରେ ନିଜ ନିଜର ମତ ଦେଇଥିଲେ । ଅନୁଗୁଳ ସାମୁହିକ ସ୍ୱାର୍ଥ ନିମନ୍ତେ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ ,ବରଂ ସାମୁହିକ କାର୍ଯ୍ୟକ୍ରମ ଜୁମ ବୈଠକ ମାଧ୍ୟମରେ ଏକ ଭରଚୁଆଲରେ ଆଗାମୀ ଦିନରେ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହମତି କ୍ରମେ ଏକ କୋର କମିଟି ଗଠନ କରାହେବ ବୋଲି ପ୍ରସ୍ତାବ ଗୃହିତ ହେଲା । ଏହି ଭରଚୁଆଲ ବୈଠକରେ ଶତାଧିକ ଅନୁଗୁଳ ବାସି ସାମିଲ ହୋଇ ନିଜର ମୂଲ୍ୟବାନ ମତା ମତ ଦେଇଥିଲେ । Advertisement
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ…
ସାତ ମାସ ହେଲା ଦରମା ପାଇନାହାନ୍ତି ଆଶାକର୍ମୀ, ଜିଲ୍ଲାପାଳଙ୍କ ନିକଟରେ କଲେ ଅଭିଯୋଗ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ସେକ୍ଟରର ସମସ୍ତ ଆଶା କର୍ମୀ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଶା କର୍ମୀଙ୍କ ଅଭିଯୋଗ ହେଲା ଯେ ଦୀର୍ଘ…
ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଛି – ଉଚ୍ଚ ଶିକ୍ଷାମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଏକମାତ୍ର ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବା କଥା…