ଆଞ୍ଚଳିକ ବରିଷ୍ଠ କିରାଣୀଙ୍କ ପରଲୋକ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନେକ ଦିନ ଯାଏ କାର୍ଯ୍ୟ କରିଥିଲେ । କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ସେ ଜଣେ ବନ୍ଧୁବତ୍ସଳ ଓ ଆମାୟିକ ଲୋକ ହିସାବରେ କର୍ମଚାରୀ ମହଲରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । Advertisement
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…
ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ…