ମୁଖ୍ୟ ଖବର ବଦଳିଲେ ଉପ-ଜିଲ୍ଲାପାଳ Angul OnlineMarch 3, 2023March 3, 2023 ଅନୁଗୋଳ – ଅନେକ ଦିନ ହେଲା ଅନୁଗୋଳ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ତଥା ବର୍ତ୍ତମାନ ଅନୁଗୋଳ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କର ବଦଳି ହୋଇଛି । ଓଡିଶା ସରକାରଙ୍କ ଜେନେରାଲ ଆଡମିନଷ୍ଟ୍ରେସନ ତଥା ପବ୍ଲିକ ଗ୍ରିଭାନ୍ସ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ଏହି ଚିଠି ଅନୁସାରେ ବୈତୁରା ଦୀପଙ୍କର ଅନୁଗୋଳରୁ ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନର ଉପ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ପାଲଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କୁ ଅନୁଗୋଳ ଉପ ଜିଲ୍ଲାପାଳ ଭାବରେ ବଦଳି ହୋଇଛି । ତେବେ ଏହି ଚିଠି ଅନୁଯାୟୀ ପାଲଲହଡା ପାଇଁ କାହାକୁ ଦାୟିତ୍ୱ ମିଳି ନାହିଁ । Advertisement
ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅନୁଗୋଳ – ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବିରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ…
ଦୁଇ ବନ୍ଧୁକ ତିଆରି କାରଖାନା ଉପରେ ପୁଲିସର ଚଢ଼ାଉ – ୨ ଗିରଫ ତାଳଚେର – ଘରେ ଦେଶୀ ବନ୍ଧୁକ ତିଆରି କରୁଥିବା ବେଳେ ଚଢ଼ାଉ କଲା ତାଳଚେର ପୁଲିସ । ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମରେ ହରିହର ମହାରଣା…
ଟିକରପଡା ବୁଲିବା ମନା – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି…