ମୁଖ୍ୟ ଖବର ବଦଳିଲେ ନିର୍ବାହୀ ଅଧିକାରିଣୀ Angul OnlineSeptember 21, 2022September 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରିଣୀ ରଶ୍ମି ରେଖା ଅମାନ୍ତଙ୍କର ବଦଳି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁସାରେ ରଶ୍ମି ରେଖା ଅମାନ୍ତଙ୍କୁ ତାଳଚେରରୁ ବଦଳି କରା ଯାଇ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ତେବେ ବର୍ତ୍ତମାନ ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ଭାବେ କାହାକୁ ଦାୟିତ୍ୱ ଦିଆ ଯାଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ ମହାମାରୀ ସମୟରେ ରଶ୍ମି ରେଖା ତାଳଚେର ପୌରପାଳିକାରେ ଯୋଗ ଦେଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ତେବେ ଗତ ପୌରପାଳିକାର ସ୍ୱାୟତ ଶାସନ ଦିବସରେ ବିଜେଡିର କାଉନସିଲର ମାନେ ଅନୁପସ୍ଥିତ ରହିବା ସହ ତାଙ୍କୁ ନିର୍ବାହୀ ଅଧିକାରିଣୀ ଅବହେଳା କରୁଥିବା କଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । Advertisement
ଦୁଇ ନାବାଳକଙ୍କୁ ବାନ୍ଧି ନିସ୍ତୁକ ମାଡ – ମାଛ ମାରିଲେ ବୋଲି ସନ୍ଦେହରେ ମାଡ ମାରିଲେ ପୋଖରୀ ମାଲିକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାଢିପ ସାହିରେ ପୋଖରୀରୁ ମାଛ ଚୋରୀ କରିଥିବା ସନ୍ଦେହରେ ଦୁଇ ନାବାଳକଙ୍କୁ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଉ…
ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ…
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…