ମୁଖ୍ୟ ଖବର ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ Angul OnlineSeptember 20, 2022September 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାରିପରା ଗାଁର ଦୁର୍ଯୋଧନ ବେହେରା । ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଗାଁ ନିକଟରେ ବହି ଯାଇଥିବା ଏକ ନାଳକୁ ଗାଧେଇବାକୁ ଯାଇଥିଲେ । ତେବେ ସେ ଗାଧେଇବା ବେଳେ ସୁଅରେ ଭାସିଯାଇ ଏକ ହ୍ୟୁମ ପାଇପ ଭିତରେ ପଶି ଯାଇଥିଲେ । ତେବେ ସେ ସେଥିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଅନ୍ୟ ଲୋକ ସେଠାକୁ ଗାଧେଇବାକୁ ଗଲାବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀ ମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । Advertisement
ଦୁର୍ଘଟଣାରେ ବାପା ମୃତ , ଝିଅ ଗୁରୁତର ଅନୁଗୁଳ – ଅନୁଗୁଳ ଥାନା ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ…
ଅଶ୍ବିନୀ ପାଇବେ ରାଜ୍ଯପାଳ ପଦକ ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା…
ପୋଲ ସୁରକ୍ଷାବାଡ଼ରେ ପିଟିହେଲା କାର – ଜଣେ ମୃତ,୨ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଲା । ଫଳରେ ଜଣଙ୍କର ମୃତ୍ୟୁ…