ଭଲ ଖବର ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ Angul OnlineJanuary 25, 2022January 25, 2022 ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪ ଜଣ ଆଇପିଏସ୍ ଅଧିକାରୀଙ୍କ ସମେତ ମୋଟ ୧୯ ଜଣ ଆଓ୍ୱାର୍ଡ ପାଇବେ । ପୁଲିସ ଆଇଜି ଏସ. ପ୍ରବୀଣ କୁମାର, ଅସିତ ପାଣିଗ୍ରାହୀ, ଭଦ୍ରକ ଏସପି ଚରଣ ସିଂ ମୀନା, ବ୍ରହ୍ମପୁର ଏସପି ପିନାକ ମିଶ୍ର ଏହି ପଦକ ପାଇବେ । ଏ ନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟମାନେ ହେଲେ ସମ୍ୱଲପୁର ଅତିରିକ୍ତ ଏସ୍ପି ତପନ କୁମାର ମହାନ୍ତି , ଓଏପିଏସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାଧବାନନ୍ଦ ପ୍ରଧାନ , ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଏ.ଶ୍ରୀନିବାସ ଦୋରା , ସିଆଇଡି ଇନ୍ସପେକ୍ଟର ରତ୍ନାପ୍ରଭା ଶତପଥୀ, ବ୍ରହ୍ମପୁର ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀ, ସିଆଇଡି ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କୋରାପୁଟ ସବ୍ ଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ, ଡେପୁଟୀ ସୁବେଦାର ଓଏସ୍ଏପି ସେକେଣ୍ଡ ବାଟାଲିୟନ୍ , କୋରାପୁଟ ପୋଲିସ ଏଏସ୍ଆଇ ସୀମାଞ୍ଚଳ ବେହେରା, ଭିଜିଲାନ୍ସ ଏଏସ୍ଆଇ ପ୍ରଣବ କୁମାର ନାୟକ, ଟିଟିଆଇ ଭୁବନେଶ୍ୱର ହାବିଲଦାର ଅଶୋକ କୁମାର ସାମନ୍ତରାୟ , କନେଷ୍ଟବଳ କିରଣ ଚନ୍ଦ୍ର ପାତ୍ର, କନେଷ୍ଟବଳ ଗୌତମ ପାତ୍ର , ଅନୁଗୁଳ କନେଷ୍ଟବଳ ସୁକେଶ ପ୍ରଧାନ, ଗୁଇନ୍ଦା କନେଷ୍ଟବଳ ସୁଶାନ୍ତ କୁମାର ରାଉତରାୟ, ଭିଜିଲାନ୍ସ କନେଷ୍ଟବଳ ରଶ୍ମୀରେଖା ପଣ୍ଡା ସମ୍ମାନଜନକ ରାଜ୍ୟପାଳ ପୁରସ୍କାର ପାଇବେ । Advertisement
ସ୍କୁଲ ଛାତ୍ରଙ୍କ ନୂଆଁ ଉଦ୍ଭାବନ – ବିନା ଚେନରେ ସାଇକେଲ ତାଳଚେର – ସମସ୍ୟା ସହ ଲଢ଼ିବାର ଇଛାଶକ୍ତି ଆଗରେ ସବୁକିଛି ତୁଚ୍ଛ ପଡିଯାଏ । ଆଉ ବ୍ୟକ୍ତି ସବୁକିଛି ସାଧନ କରିପାରେ । ଯେମିତି ଏକ ଚେନ…
ହଜି ଯାଇଥିବା ସ୍ମୃତିକୁ ମିଳିଲା ପୁନର୍ଜୀବନ – ସଜେଇ ହେଉଛି ରାଜବାଟୀ ଅଞ୍ଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଥିବା ରାଜବାଟୀ , କେଉଁ ଦିନରୁ ଅବହେଳିତ ହୋଇ ପଡି ରହିଥିଲା । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ…
ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା…