ମୁଖ୍ୟ ଖବର ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ Angul OnlineOctober 12, 2023October 12, 2023 ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହୋଇଛନ୍ତି । ପତ୍ର ନମ୍ବର ୨୫୦୬୦ , ତା – ୧୨/୧୦/୨୩ ଅନୁଯାୟୀ କୋରାପୁଟ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଡାକ୍ତର ସୁଧର୍ମ ଚନ୍ଦ୍ର ପାତ୍ରଙ୍କୁ ପବିତ୍ର ମୋହନ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପାଇଁ ଅଧିକ୍ଷକ ଭାବେ ନିଯୁକ୍ତି କରା ଯାଇଛି । ଏହି ନିଯୁକ୍ତି ପରେ ରାଜ୍ଯ ସରକାର ମେଡିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି । ସେହିଭଳି ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ୱାସ୍ଥ୍ୟ ପ୍ରଶାସକ ପଦବୀ ଅନେକ ଦିନ ପରେ ପୁରଣ ହୋଇଛି । ଆଜି ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଚିଠି କରା ଯାଇ ଡାକ୍ତର ଗୌରି ଶଙ୍କର ବଳଙ୍କୁ ମୁଖ୍ଯ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆ ଯାଇଛି । ସେହିଭଳି ବାଲେଶ୍ୱର ଜିଲାରେ କାର୍ଯ୍ଯରତ ଡାକ୍ତର ପ୍ରାଭସ ଚନ୍ଦ୍ର ନାୟକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଜନ ସ୍ଵାସ୍ଥ୍ୟକୁ ଓ ଭୁବନେଶ୍ୱରର ଡାକ୍ତର ଅନ୍ତର୍ଯ୍ଯାମୀ ମିଶ୍ରଙ୍କୁ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଭାବେ ନିଯୁକ୍ତି କରା ଯାଇଛି । Advertisement
ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ…
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…