ଅନୁଗୁଳ – ଅନୁଗୁଳ ଥାନା ସରକାରୀ ସ୍ଵୟଂ ଶାସିତ ମହାଦ୍ୟାଳୟର ଜଣେ କିରାଣୀଙ୍କର ମୃତଦେହ ମହାବିଦ୍ୟାଳୟ ଫାଟକ ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ତାମ୍ରିତ କଲୋନି ଅଞ୍ଚଳର ସ୍ଵର୍ଗତ ପୂର୍ଣ୍ଣଚନ୍ଦ୍ର ସିଂ ଙ୍କ ପୁଅ ଦିଲୀପ ସିଂ ବୋଲି ଜଣା ପଡିଛି । ସୂଚନା ଅନୁସାରେ , ଦିଲ୍ଲୀପ ସିଂ ସରକାରୀ ମହାବିଦ୍ୟାଳୟ ରେ କିରାଣୀ ଭାବେ କାର୍ଯ୍ୟରତ ରହିଥିଲେ। ଗୁରୁବାର ସେ ମହାବିଦ୍ୟାଳୟ କୁ କାର୍ଯ୍ୟ କରିବା ପାଇଁ ଆସିଥିଲେ। ତେବେ ରାତ୍ର ୯ ଘଟିକା ବେଳେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ପଡି ଥିବା ସ୍ଥାନୀୟ ଲୋକ ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ ଖବର୍ ଦେଇଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ଫାଟକ ନିକଟରୁ ତାଙ୍କୁ ଉଦ୍ଧାରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । କିନ୍ତୁ ଦିଲ୍ଲୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲ୍ଲୀପଙ୍କ ମୃତ୍ୟୁ ଖବର ପାଇ ଅନୁଗୁଳ ଟାଉନ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀପଙ୍କ ମୃତ୍ୟୁ କିପରି ହେଲା, ତାହା ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲା ପରେ ଜଣା ପଡିବ ପୁଲିସ କହିଛି ।
ମହାଦ୍ୟାଳୟ କିରାଣୀଙ୍କର ସନ୍ଦେହଜନକ ମୃତ୍ୟୁ
