ମୁଖ୍ୟ ଖବର ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ Angul OnlineApril 21, 2022April 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କ ଗୁରୁବାର ଭୋର୍ ସମୟରେ ଘର ତଳୁ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମହଲା କୋଠା ଛାତରୁ ୩୦ ଫୁଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗୁରୁତର ଆଘାତ ଲାଗି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପ୍ରାୟ ଚାରି ମାସ ତଳେ ମା’ଙ୍କ ମୃତ୍ୟୁ ପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଗତ କିଛିଦିନ ଧରି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାନସିକ ଭାବେ ଭାଙ୍ଗିପଡି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ଛାତ ଉପରୁ ଖସିପଡି ତାଙ୍କର ଏଭଳି ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ । ପ୍ରଶାନ୍ତଙ୍କ ଘର ଜରପଡା ଥାନା ଅନ୍ତର୍ଗତ ବିମଳବେଡା ଗ୍ରାମରେ । ସେ ଖଲାରୀ ବିଶ୍ବାଳ ସାହିରେ ଭଡା ଘରେ ରହୁଥିଲେ । ତାଙ୍କ ସହ ତାଙ୍କ ଶାଳକ , ଆଇ ଶାଶୁ , ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ଦୁଇ ମାସର ଝିଅ ରହୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ରାଜସ୍ଵ ଅମଲା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । Advertisement
କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମର ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ…
ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ଚଢାଉ – ସୁନା ଦୋକାନୀ ଓ ମଦ ଦୋକାନୀଙ୍କୁ ଜରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ଦୋକାନରେ ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡ ଚଢାଉ କରିଥିଲା । ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ବରେ ଏହି ଚଢାଉ…
ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।…