ମୁଖ୍ୟ ଖବର ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ Angul OnlineApril 21, 2022April 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କ ଗୁରୁବାର ଭୋର୍ ସମୟରେ ଘର ତଳୁ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମହଲା କୋଠା ଛାତରୁ ୩୦ ଫୁଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗୁରୁତର ଆଘାତ ଲାଗି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପ୍ରାୟ ଚାରି ମାସ ତଳେ ମା’ଙ୍କ ମୃତ୍ୟୁ ପରେ ପ୍ରଶାନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଗତ କିଛିଦିନ ଧରି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାନସିକ ଭାବେ ଭାଙ୍ଗିପଡି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ଛାତ ଉପରୁ ଖସିପଡି ତାଙ୍କର ଏଭଳି ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ । ପ୍ରଶାନ୍ତଙ୍କ ଘର ଜରପଡା ଥାନା ଅନ୍ତର୍ଗତ ବିମଳବେଡା ଗ୍ରାମରେ । ସେ ଖଲାରୀ ବିଶ୍ବାଳ ସାହିରେ ଭଡା ଘରେ ରହୁଥିଲେ । ତାଙ୍କ ସହ ତାଙ୍କ ଶାଳକ , ଆଇ ଶାଶୁ , ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ଦୁଇ ମାସର ଝିଅ ରହୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ରାଜସ୍ଵ ଅମଲା ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । Advertisement
ବିଦ୍ୟୁତ ତାର ମରାମତି ବେଳେ ଠିକା କର୍ମଚାରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିର ବଲଣ୍ଡା ଠାରେ ବିଦ୍ୟୁତ ତାର ଟାଣୁଥିବା ବେଳେ ଏକ ଅଘଟଣ ଘଟି ଯାଇଛି । ୧୧…
୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ତାଳଚେର – ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ଡାକରା ଦିଆ…