ଦିଲ୍ଲୀକୁ ଟପିଲା ତାଳଚେର ଓ ଅନୁଗୁଳ ପ୍ରଦୂଷଣ – ନିର୍ଦେଶନାମା ଜାରି କଲେ ଜିଲ୍ଲାପାଳ

ତାଳଚେର – ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ଉତ୍କଟ । ଜିଲ୍ଲାରେ ତାଳଚେରର AQI ମାନ ଦିଲ୍ଲୀକୁ ଟପିଲା । ଯାହାକୁ ନେଇ ସବୁ ବର୍ଗରେ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ତାଳଚେର ପୌର ପାଳିକା ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାପାଳ ଏକ ନିର୍ଦ୍ଦେଶବଳି ଜାରୀ କରିଛନ୍ତି ।

ଏହି ନିର୍ଦେଶାବଳୀ ଅନୁଯାୟୀ ପ୍ରତିଦିନ ସନ୍ଧ୍ୟା ୬.୦୦ ରୁ ସକାଳ ୧୦.୦୦ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପ ସହିତ ଯେକୌଣସି ଭଙ୍ଗା କିମ୍ବା ମାଟି କାମକୁ ନିଷେଧ କରାଯାଇଛି । ପୌରପାଳିକାର ସମସ୍ତ ରାସ୍ତାରେ ଜାତୀୟ ରାଜପଥ ପ୍ରାଧିକରଣ ଏବଂଏମସିଏଲ ପକ୍ଷରୁ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ, ତାଳଚେର ସହର ଭିତରକୁ ଭାରୀ ଟ୍ରକ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି, ଏପରିକି ଖୋଲାରେ ଅଳିଆ ପୋଡ଼ିବା, ଢାବାରେ କୋଇଲା ପୋଡ଼ିବା ଏବଂ ଯେକୌଣସି ସ୍ଥାନରେ ଖୋଲା ନିଆଁ ଲଗାଇବାକୁ ବାରଣ କରାଯାଇଛି।ଏଠି ସହିତ ତାଳଚେରର ଉପ ଜିଲ୍ଲାପାଳ ଏବଂ ତାଳଚେରର ଆରଟିଓ ଦିନରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକର ଚଳାଚଳ ଉପରେ ମଧ୍ୟ ଅଲଗା କଟକଣା ଲଗାଇ ପାରିବେ, ୧୪୯ନଂ ଜାତୀୟ ରାଜପଥରେ କୌଣସି ଟ୍ରକରେ ପାଲ ଘୋଡାଇ ନଥିଲେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ନିର୍ବାହୀ ଯନ୍ତ୍ରୀ, ପାଳଲହଡା ଜାତୀୟ ରାଜପଥ ଡିଭିଜନ ସେମାନଙ୍କର ସମସ୍ତ ନିର୍ମାଣ ସ୍ଥାନରେ ପାଣି ସିଞ୍ଚନ ନିଶ୍ଚିତ କରିବେ, ଏହି ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହି ଆଦେଶ ଭାରତୀୟ ନାଗରିକ ସୁରକ୍ଷା ସହଂହିତାର ଧାରା ୧୬୩(୨) ଅନୁଯାୟୀ ଏକପାକ୍ଷିକ ଭାବରେ ଜାରି କରାଯାଇଛି।ଏହି ଆଦେଶ ୭ ଦିନ ପାଇଁ ବଳବତ୍ତର ରହିବ, ଆବଶ୍ୟକ ପଡିଲେ ଏହାକୁ ବର୍ଦ୍ଧିତ କରାଯିବ । ପୋଲିସ, ପୌରପାଳିକା, ସମସ୍ତ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ପରିବହନକୁ କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଳଚେରର ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ପ୍ରତିଦିନ ତଦାରଖ କରିବା ସହିତ ଦୈନିକ ରିପୋର୍ଟ ଦାଖଲ କରିବେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page