ସ୍କୁଲରେ ବିଦ୍ୟୁତ ଆଘାତରେ ଶିକ୍ଷକ ମୃତ

ଅନୁଗୁଳ – ସ୍କୁଲର ପାଣି ପମ୍ପ ସଜାଡ଼ିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ପୋକଟୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ମୃତ ଶିକ୍ଷକ ଜଣଙ୍କ ଅନୁଗୁଳର ପ୍ରତାପ ଚନ୍ଦ୍ର ମିଶ୍ର ବୋଲି ଜଣା ପଡିଛି । 

ସୂଚନା ଅନୁସାରେ , ପ୍ରତାପ ମିଶ୍ର ପମ୍ପାସର ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ସ୍ତ୍ରୀ ସବିତା ଆଚାର୍ଯ୍ୟ ପୋକତୁଙ୍ଗା ସ୍କୁଲରେ ଶିକ୍ଷୟତ୍ରୀ ଅଟନ୍ତି । ଆଜି ସେ ନିଜ ସ୍କୁଲରୁ ଛଟି ପରେ ବାହାରି ପତ୍ନୀଙ୍କ ସ୍କୁଲକୁ ପତ୍ନୀଙ୍କୁ ଆଣିବାକୁ ଯାଇଥିଲେ । ତେବେ ପୋକତୁଙ୍ଗା ସ୍କୁଲରେ ପହଞ୍ଚିବା ପରେ ସ୍କୁଲର ପାଣି ପମ୍ପ କାମ କରୁ ନଥିବା ତାଙ୍କ ସ୍ତ୍ରୀ ତାଙ୍କୁ କହିବା ସହ ସଜାଡ଼ିବାକୁ କହିଥିଲେ । ତେବେ ପ୍ରତାପ  ସେଠାରେ ପାଣି ପମ୍ପ ସଜାଡ଼ିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସେ ଗୁରୁତର ହୋଇ ପଡିଯିବାରୁ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଜି ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପ୍ରତାପ ଜଣେ ଭଲ ଭଲ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page