ବସଷ୍ଟାଣ୍ଡରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କଣିହାଁ  – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେ ଥିବା ବସ୍ ଷ୍ଟାଣ୍ଡ ଘର ଭିତରୁ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ବୋଲି ଜଣା ପଡିଛି । 

Adv

ସୂଚନା ଅନୁସାରେ, ଗତକାଲି ସୋମନାଥ ପ୍ରଶିକ୍ଷଣ ପାଇଁ ବଜ୍ରକୋଟ ସ୍କୁଲକୁ ଯାଇଥିଲେ । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିଥିବାରୁ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ତାଙ୍କର ମୃତ ଦେହ ବରପଦା ହାଟ ଛକ ବସଷ୍ଟାଣ୍ଡ ଗୃହ ଠାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଆସି ରେଙ୍ଗାଳି ଥାନାକୁ ଖବର ଦେଇଥିଲେ । ରେଙ୍ଗାଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ, ତାଙ୍କ ମୋଟରସାଇକେଲ ଓ ଡ଼ିକିରେ ଥିବା ୧ ଲକ୍ଷ ୩୨ ହଜାର ପାଞ୍ଚସହ ଟଙ୍କା ଜବତ କରିବା ସହ ତଦନ୍ତ ଜାରିରଖିଛି । ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି ପୁଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *