ଜୀବନରେ ବଡ଼ ମଣିଷ ହେବା ଅପେକ୍ଷା ଜଣେ ଭଲ ମଣିଷ ହେବା – ଗୁରୁ ଦିବସରେ ଆହ୍ୱାନ

ତାଳଚେର – ତାଳଚେର ସ୍ଥିତ ଏଲିଟ୍ ଏକ୍ସିଲେନ୍ସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଏଲିଟ୍ ଏକାଡେମୀ ପକ୍ଷରୁ ଜଗନ୍ନାଥ କଲୋନୀ ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଗୁରୁ ଦିବସ ପାଳିତ ହୋଇଯାଅଛି । ବିଶ୍ଵ ହିନ୍ଦୁ ପରିଷଦ, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ବାସ୍ତବ ମୂଲ୍ୟ ବିଷୟରେ କହିଥିଲେ ।

ଭାରତରେ ବର୍ତ୍ତମାନ ଏକ ବିଶାଳ ଯୁବଶକ୍ତି ଥିବା ସତ୍ତ୍ବେ ଭାରତ ଆଜି ବହୁତ୍ ପଛରେ ଅଛି । ଯୁବକ ମାନେ ବିଭିନ୍ନ କୁପଥ ରେ ଯାଇ ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି । ଜୀବନରେ ବଡ଼ ମଣିଷ ହେବା ଅପେକ୍ଷା ଜଣେ ଭଲ ମଣିଷ ହେବା ପାଇଁ ସେ ଉଦବୋଧନ ଦେଇଥିଲେ । ଗୁରୁର ମାନ ଜୀବନରେ ସର୍ବୋଚ୍ଚ ସ୍ଥାନ ଅଟେ । ଆଧ୍ୟାତ୍ମିକତା ସହ ନିଜକୁ ଜଡ଼ିତ ରଖିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀ ସୁଶୀଲ୍ ପ୍ରସାଦ୍ ସାହୁ ଉଦବୋଧନ ଦେଇ ଗୁରୁ ମାନେ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଅନ୍ୱେଷଣ କରି ତାକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । କେବଳ ମାର୍କ ପାଇଁ ଅଧ୍ୟୟନ ନ କରି ବାସ୍ତବ ଜ୍ଞାନ ଅର୍ଜନ କରିବା ଆବଶ୍ୟକ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୈତିକତାର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ଭାବରେ ଫୁଲ ଚନ୍ଦନ ଦେଇ ଗୁରୁ ପୂଜନ କରିଥିଲେ। ଏହି ଅବସରରେ ଶ୍ରୀମତୀ ସାରଦା ଶତପଥୀଙ୍କୁ ଏଲିଟ୍ ଏକ୍ସିଲେନ୍ସ୍ ଇନ୍ ଏଜୁକେଶନ୍ ଆୱାର୍ଡ଼ – ୨୦୨୫ ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page