ମୁଖ୍ୟ ଖବର ଭୟାବହ ଅଗ୍ନିକାଣ୍ଡ – ଜଳିଗଲା ୪୦ ବଖରା ଘର Angul OnlineMarch 5, 2021March 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୂଚନା ଅନୁସାରେ ଜଙ୍ଗଲ ନିଆଁ ଉଡି ବିସ୍ଥାପିତ ହୋଇ ଆସିଥିବା କିଛି ଲୋକ ଗାଁ ମୁଣ୍ଡରେ କରିଥିବା ଘର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଛି । ପ୍ରଥମେ ନିଆଁ ଏକ ଚାଳ ଘରେ ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ କରିଥିଲା । ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ ବିଶେଷ କିଛି ଧନ ଜୀବନ ହାନି ହୋଇ ନଥିବା ସୂଚନା ମିଳିଛି । https://angulonline.com/odia/wp-content/uploads/2021/03/WhatsApp-Video-2021-03-05-at-21.35.54.mp4 Advertisement
ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର…
ଗତକାଲି ଅନୁଗୁଳ ଷ୍ଟେସନରେ ଦେଲେ ଯୋଗ – ଆଜି ରେଳଧାରଣାରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଷ୍ଟେସନ ନିକଟ ରେଳ ଧାରଣାରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା…
ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି…