ମୁଖ୍ୟ ଖବର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି Angul OnlineSeptember 23, 2021September 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କୁ ବଦଳି କରାଯାଇଥିବା ବେଳେ ଛେଣ୍ଡିପଦାଠାରେ ତାଙ୍କ ମୁଖ୍ୟାଳୟ ରହିବ ବୋଲି ଜଣା ପଡିଛି । ତାଙ୍କର ଏହି ବଦଳି ପରେ ପ୍ରଥମ ଥର ପାଇଁ ଛେଣ୍ଡିପଦାରେ ଅତିରିକ୍ତ ଉପ-ଜିଲ୍ଲାପାଳ ପଦବୀ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଆଗକୁ ଅନେକ କୋଇଲା ଖଣି ଆରମ୍ଭ ହେବାକୁ ଯାଉଥିବାରୁ ଏହି ପଦବୀ ସୃଷ୍ଟି କରାଯାଇଥିବା ଅନୁମାନ କରାଯାଉଛି । ଅପରପକ୍ଷେ ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲମ୍ବୋଦର ମାରାଣ୍ଡିଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି କରାଯାଇ ଥିବା ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Advertisement
ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ…
କୋର ଏରିଆରେ ୟୁଟ୍ଯୁବରଙ୍କ ବଣଭୋଜି- ଭିଡିଓ ଭାଇରାଲ ପରେ ବନ ବିଭାଗର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ । ଏହି ପ୍ରାକୃତିକ ପରିବେଶ ଭରା ଅଭୟାରଣ୍ୟର ସୁରକ୍ଷା ପାଇଁ ବନ ବିଭାଗର ଅନେକ କଡା କଡି ନିୟମ…
ପିଅନ ଜରିଆରେ ଲାଞ୍ଚ ନେଉଥିଲେ ଆଡ଼ିସିନାଲ ତହସିଲଦାର – ଉଭୟଙ୍କୁ ବାନ୍ଧିଲା ଭିଜିଲାନ୍ସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଦୁଇ ଜଣଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଏକ ଜମିଜମାର ମୁଟେସନ…