ସମସ୍ୟା ପ୍ରଶାସନ କଲା ଅଣଦେଖା – ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ Angul OnlineSeptember 23, 2021September 23, 2021 ଆଠମଲ୍ଲିକ – ଗତ ଲଘୁଚାପ ବର୍ଷା ଯୋଗୁଁ ପ୍ରବଳ ପାଣି ସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବା କରିବାରେ ହଇରାଣ ହେଲେ । ଏଥିପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରାଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ତୁରନ୍ତ ମରାମତି ପାଇଁ ଦାବି କରିଥିଲେ । ହେଲେ ପ୍ରଶାସନ ସେ ଦିଗରେ ପଦକ୍ଷେପ ନେଇ ନଥିଲା । ଫଳରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ନିଜେ ଏକାଠି ହୋଇ ପୋଲ ମରାମତି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ପିତାଳିବାହାଳ ବିପ୍ରଡିହ ରାସ୍ତାରେ । ଏହି ରାସ୍ତାରେ ଥିବା ବଡତଇଲା ପୋଲ ଜଙ୍ଗଲ ବିଭାଗ ଅଧୀନରେ ରହିଥିବା ବେଳେ ଏହି ରାସ୍ତା ଉପରେ ପିତାଳିବାହାଳ, ବିପ୍ରଡିହ, ତରଣ୍ଡା ଆଦି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭରଶୀଳ । ତେବେ ବର୍ଷା ଯୋଗୁଁ ବଡତଇଲା ନାଳ ଉପରେ ଥିବା ପୋଲର କିଛି ଅଂଶ ଧୋଇ ଯାଇଥିଲା । ପ୍ରଶାସନ ଏହାର ମରାମତି କରୁ ନ ଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ମଙ୍ଗଳବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଏକଜୁଟ ହୋଇ ପୋଲ ମରାମତି କରିଛନ୍ତି । ଏହି ରାସ୍ତାକୁ ପୂର୍ତ୍ତ ବିଭାଗରେ ଅନ୍ତର୍ଭୁକ୍ତ କରି ପିଚୁ କରିବାକୁ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଏଥପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । Advertisement
ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ରନଗର ନୂଆବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟାପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ସହ ଭୂମି ଅଧିଗ୍ରହଣ…
ଜଗନ୍ନାଥ ମନ୍ଦିରରେ ଅନ୍ୟାୟ ଓ ଦୁର୍ନୀତି ହେଉଥିବା ଅଭିଯୋଗ କରି ଗଣଧାରଣା ଅନୁଗୁଳ – ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର କିଛି ମୁଷ୍ଟିମେୟ ବ୍ୟକ୍ତି ମାନଙ୍କ ଦ୍ବାରା ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ…
କରୋନା ତଥ୍ୟକୁ ନେଇ ସନ୍ଦେହ – ରହୁନି ତାଳମେଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନାର ସ୍ଥିତି କଣ ? ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା କେତେ ? ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ…