ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଅଟୋର ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବାସଷ୍ଟାଣ୍ଡ ପଟରୁ ଏକ ଟାଟା ମାଜିକ ଅଟୋ ବଜାର ଆଡକୁ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୁଆଁ ବାହାରିଥିଲା । ଡ୍ରାଇଭର କିଛି ବୁଝିବା ଆଗରୁ ହଠାତ ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ତୁରନ୍ତ ଆୟତ କରି ଦେଇଥିଲେ । ଏଥିରେ ଗାଡିର ମଧ୍ୟ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡିଛି । ସର୍ଟ ସାର୍କିଟ ଯୋଗୁଁ ଏଭଳି ହୋଇଥିବା ଡ୍ରାଇଭର କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page