ମୁଖ୍ୟ ଖବର ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ Angul OnlineFebruary 11, 2021February 11, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି ରହିବା ଘର ସମେତ ୮ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ଏହା ସହ ଅଗ୍ନିକାଣ୍ଡରେ ଗୋଟିଏ ଗୋରୁ ଓ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇ ଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପଞ୍ଚୁ ବିଶ୍ବାଳଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ନିଆଁ ମାଡି ଯାଇ ଗୁହାଳ ଘର ସମେତ ଶିଶିର ବିଶ୍ବାଳଙ୍କ ଘରକୁ ମଧ୍ୟ ମାଡି ଯାଇଥିଲା । ଗାଁ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅନୁଗୁଳରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଉଭୟ ପରିବାରର ପିନ୍ଧା ଲୁଗାକୁ ଛାଡି ଦେଲେ ଅନ୍ୟ ସବୁ କିଛି ନିଆଁରେ ପୋଡ଼ି ସାରିଥିଲା । https://angulonline.com/odia/wp-content/uploads/2021/02/WhatsApp-Video-2021-02-11-at-07.18.33.mp4 Advertisement
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
ଆମ୍ବୁଲାନ୍ସ ପାଖକୁ ରୋଗୀ ଆସୁ ଆସୁ ବାଟରେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି…
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…