ରାଜନୀତି ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା Angul OnlineNovember 18, 2021November 19, 2021 ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ସପ୍ତାହରେ ଏକ ଭିଡିଓ କନଫରେନ୍ସ ଜରିଆରେ ୫ଟି ସେକ୍ରେଟାରୀ ସହ ହୋଇଥିବା ବୈଠକରେ ପୌରାଞ୍ଚଳରେ ଅନେକ ଗୁଡିଏ ପ୍ରକଳ୍ପ ଯୋଜନା ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯେତେ ଶୀଘ୍ର କାମ ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଉନ୍ନତି ପାଇଁ ୬ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁଥିରେ ଏସଏସଜି ଓ ଜବ କାର୍ଡ ହୋଲଡରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ । ଯାହାଦ୍ୱାରା କୋଭିଡ କଟକଣା ସମୟରେ ଗରିବ ଲୋକମାନେ କାମ ନ ପାଇ ଯେଉଁ ହଇରାଣ ହରକତ ହୋଇଛନ୍ତି ସେମାନେ ଏହାଦ୍ବାରା କିଛି ଲାଭ ପାଇ ପାରିବେ । ତେବେ ଏତେ ଶୀଘ୍ର ଆଉ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରା ଯାଇଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ସୂଚନା ଦେଇଥିଲେ ଯେ, ପୌରାଞ୍ଚଳରେ ମୋଟ ୧୦୦ଟି ପ୍ରକଳ୍ପ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ଏଥିରେ ଓପନ ଜିମ, ପାର୍କର ଉନ୍ନତି କରଣ, ଭେଣ୍ଡିଙ୍ଗ ଜୋନ ଆଦି କରାଯିବ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡିର ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ଵିବେଦୀ , ବିଶ୍ୱରଞ୍ଜନ ସାହୁ, ମହିଳା ସଭା ନେତ୍ରୀ ମାଳିନୀ ସର, ଛାତ୍ରନେତା ଦେବକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
୨୦୨୪ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡିଲା ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ – ସାଧାରଣ ନିର୍ବାଚନ – ୨୦୨୪ରେ ଆମ୍ ଆଦ୍ମୀ ପାର୍ଟି ( ଆପ୍ ) ଓଡ଼ିଶାର ସମସ୍ତ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ନିର୍ବାଚନରେ…
ଦେଢ଼ ବର୍ଷର ରିପୋର୍ଟ କାର୍ଡ ଦେଲେ ବିଧାୟକ ପ୍ରତାପ ପ୍ରଧାନ ଅନୁଗୁଳ – ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି…
ମେଣ୍ଟ ହେଲେ ଜିଲ୍ଲାରେ କାହାକୁ ମିଳିପାରେ କେଉଁ ଆସନ ! ଅନୁଗୁଳ – ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ଯରେ ମେଣ୍ଟ ହେବ ନା ନାହିଁ…