ମୁଖ୍ୟ ଖବର ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 16, 2022September 16, 2022 ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ ପରିବେଶ ଖରାପ କରୁଛନ୍ତି । ଏହା ସହ ସହରର ମଧ୍ୟସ୍ଥଳରେ ଗାଦି ଜମାଇ ବେପାର କରୁଥିବା ବେଳେ ଅନେକ ବର୍ଷ ହେଲା ହୋଲ୍ଡିଂ ଟାକ୍ସ ଦେଉ ନାହାନ୍ତି । ଏହା ସହ ଅନେକ ଦୋକାନ ଘରର ବିଲ୍ଡିଂ ଆପୃଭାଲ ନଥିବା ବେଳେ ଟ୍ରେଡ଼ ଲାଇସେନ୍ସ ମଧ୍ୟ ନାହିଁ । ଏହିସବୁରେ ଖିଲାପି କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଆଜି ସହରର ଥିବା ଭି ୨ ନାମକ ଏକ ମଲ ଏବଂ କାଞ୍ଚନ ସାନିଟାରୀ ନାମକ ଏକ ଦୋକାନ ରାସ୍ତା ଉପରେ ଆବର୍ଜନା ପକାଉଥିବା ଖବର ପାଇ ମଲଟି ଡିସିପ୍ଲିନାରୀ ଟିମ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ସମୟରେ ଉଭୟ ଦୋକାନର ଟ୍ରେଡ଼ ଲାଇସେନ୍ସ , ବିଲ୍ଡିଂ ଆପୃଭାଲ ଓ ହୋଲ୍ଡିଂ ଟାକ୍ସ ଦିଆ ଯାଇ ନଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଉଭୟ ଦୋକାନକୁ ସିଲ କରିଦେବା ସହ ଶୀତଳ ପ୍ଲାଜାରେ ଥିବା ଏକ ମୋବାଇଲ ଦୋକାନକୁ ମଧ୍ୟ ସମାନ କାରଣ ପାଇଁ ସିଲ କରାଯାଇଛି । Advertisement
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…
ସମଲେଶ୍ବରୀ ଦର୍ଶନ ପାଇଁ ଯିବାବେଳେ ଦୁର୍ଘଟଣା – ୧୭ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଏକ ଦୁର୍ଘଟଣା ହୋଇଛି । ଭୋର୍ ସମୟରେ…
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…