ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ

ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର ଶାନ୍ତି ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ପଣ୍ଡିତ ଜବାହରଲାଲ ନେହେରୁ, ଲୋକନାୟକ ଜୟପ୍ରକାଶ ନାରାୟଣ ଆଦିଙ୍କ ଦ୍ୱାରା ସ୍ଥାପିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କର ବିଚାରର ପ୍ରଚାର ପ୍ରସାର କରିବା ସହ ଭାରତରେ ସାମ୍ପ୍ରଦାୟିକ ସଦଭାବ ତଥା ଗଣତନ୍ତ୍ର ସୁରକ୍ଷା ଦିଗରେ କାମ କରୁଥିବା ଅଗ୍ରଣୀ ସଙ୍ଗଠନ ବୋଲି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତ୍ ମତ ଦେଇଥିଲେ ବୈଠକରେ ଆଲୋଚନା ପରେ ଏକ ୨୫ ଜଣିଆ ଜିଲ୍ଲା କାର୍ଯ୍ୟକାରିଣୀ ଗଠିତ ହୋଇଥିଲା ପ୍ରତିଷ୍ଠାନର ଜିଲ୍ଲା ଅଧ୍ୟକ୍ଷ ଭାବରେ ଆଡଭୋକେଟ ଶରତ କୁମାର ସାହୁ, ଉପାଧ୍ୟକ୍ଷ ଇଂ. ଧନେଶ୍ୱର ସାହୁ, ସମ୍ପାଦକ ପ୍ରସନ୍ନ କୁମାର ଦାଶ, ଯୁଗ୍ମ ସମ୍ପାଦକ ଅଧ୍ୟାପକ ମନୋଜ କୁମାର ବେହେରା, ମୁଖପାତ୍ର ଭାବରେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ସାହୁ ତଥା କୋଷାଧ୍ୟକ୍ଷ ଭାବରେ ବିଦ୍ୟାଧର ନାଏକଙ୍କୁ ମନୋନୀତ କରାହୋଇଥିଲା ବାଜି ରାଉତ ଛାତ୍ରାବାସ ପରିସରରେ ବର୍ତ୍ତମାନ ପ୍ରତିଷ୍ଠାନର ଜିଲ୍ଲା କାର୍ଯ୍ୟାଳୟ ଚାଲିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ କୈଳାଶ ଚନ୍ଦ୍ର ସାହୁ, ଶଙ୍କର ବେହେରା, ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, କଲ୍ୟାଣ କିଶୋର ମହାନ୍ତି, ବଳଦେବ କର, ସୁଶାନ୍ତ କୁମାର ତ୍ରିପାଠୀ, ରାଜ କିଶୋର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଦେଇ ଧର୍ମ ସଂସଦ ଆଳରେ ଭାରତବର୍ଷକୁ ତାଲିବାନୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାହାର ତୀବ୍ର ବିରୋଧ କରାଯାଇ ଦେଶର ଧର୍ମ ନିରପେକ୍ଷ ତଥା ଗଣତାନ୍ତ୍ରିକ ଚେହେରାକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ କରାଯିବ ବୋଲି ମତ ଦେଇଥିଲେ ରାଷ୍ଟ୍ରୀୟ ସ୍ତରରେ ଡାକରା ଦିଆଯାଇଥିବା ‘ରାଷ୍ଟ୍ର ପିତାଙ୍କ ପ୍ରତି ଅପମାନ, ସହିବ ନାହିଁ ହିନ୍ଦୁସ୍ଥାନ’ କାର୍ଯ୍ୟକ୍ରମ ଆଗାମୀ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ଗାନ୍ଧୀଜୀଙ୍କ ଶହୀଦ ଦିବସ ଜାନୁଆରୀ ୩୦ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ବ୍ୟାପକ ଭାବେ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ହେମସୁରପଡା ସ୍ଥିତ ଗାନ୍ଧୀ ମାର୍ଗରେ ଏକ ଜମି ଗାନ୍ଧୀ ସ୍ମାରକୀ ଭବନ ପାଇଁ ଚିହ୍ନଟ କରାହୋଇଥିବାରୁ ସଭାରେ ପ୍ରଶାସନକୁ ଧନ୍ୟବାଦ ଦେବା ସହ ବାମୁର ସ୍ଥିତ ଗାନ୍ଧୀ ପୀଠର ଉନ୍ନତି ଦିଗରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କାର୍ଯ୍ୟ କରିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା ମାନସ ପଟ୍ଟନାୟକ କ୍ରାନ୍ତି ସଙ୍ଗୀତ ଗାନ କରିଥିଲେ ଓ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page