ଆଞ୍ଚଳିକ ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ Angul OnlineDecember 8, 2021December 8, 2021 ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ଭାଲୁକୁ ଉଦ୍ଧାର କରାଯାଇ ପାରି ଥିଲା । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା । କୂଅରେ ପଡି ଭାଲୁଟି ଗର୍ଜନ କରୁଥିବା ବେଳେ ଲୋକଙ୍କ ନଜର ପଡିଥିଲା । ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ବାଉଁଶ ଓ ଶିଡି ପକାଇ ପ୍ରାୟ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଭାଲୁଟି କୁଆରୁ ଉଦ୍ଧାର ପାଇ ଜନଗଳ ଆଡକୁ ପଳାଇ ଥିଲା । https://angulonline.com/odia/wp-content/uploads/2021/12/WhatsApp-Video-2021-12-08-at-16.50.12.mp4 Advertisement
ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା…
ଇକୋ ପାର୍କ ସମେତ ଅନ୍ୟାନ୍ୟ ପାର୍କର ହେବ ନବୀକରଣ ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି…
ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ…