ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!!

ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଦେଇଥିବା ଜଣା ପଡିଛି l ସୂଚନା ମୁତାବକ ତାଳବିଜପୁର ଗ୍ରାମର ୨୨ ବର୍ଷୀୟ ଦୀପ୍ତି ରଞ୍ଜନ ବାରିକଙ୍କ ଗୁପ୍ତାଙ୍ଗ କଟି ଯାଇଥିବାରୁ ତାଙ୍କ ପରିବାର ଲୋକ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଅନୁଗୁଳ ଡାକ୍ତରଖାନାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କିପରି କଟିଲା ଏବଂ କିଏ କାଟିଲା ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ  । ଏନେଇ ଆଠମଲ୍ଲିକ ଆଇ ଆଇ ସି ନିରୋଦ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ । ସୂଚନା ମୁତାବକ ଏକ ଝିଅ ତାଙ୍କ ଗୁପ୍ତାଙ୍ଗ କୁ କାଟି ଦେଇଥିବା ଜଣା ପଡିଛି l ସେ କୁଆଡେ ତାଙ୍କ ଗାଁ ପାଖରେ ଜଣେ ଯୁବତୀକୁ ଏକ ତରଫା ଭଲ ପାଉ ଥିଲେ । ଯାହାକୁ ନେଇ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page