ଆଞ୍ଚଳିକ ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ ଶବ ଭାସୁ ଦେଖି ସ୍ଥାନୀୟ ଲୋକ ବଅଁରପାଳ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲା । ମୃତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ପିଣ୍ଟୁ ରାଜବର ବୋଲି ଜଣା ପଡିଥିବା ବେଳେ ସେ ଟାଟା ଭୂଷଣରେ କାମ କରିବାକୁ ଗତ ୩ ଦିନ ତଳେ ଆସିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ବଅଁରପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ପୁଣି ଜାତୀୟ ରାଜପଥ ନେଲା ଜୀବନ – କାର ଧକ୍କାରେ ଜଣେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ପୁଣି ନେଲା ଜଣଙ୍କ ଜୀବନ । ଜାତୀୟ ରାଜପଥର…