ଆଞ୍ଚଳିକ ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ ଶବ ଭାସୁ ଦେଖି ସ୍ଥାନୀୟ ଲୋକ ବଅଁରପାଳ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲା । ମୃତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ପିଣ୍ଟୁ ରାଜବର ବୋଲି ଜଣା ପଡିଥିବା ବେଳେ ସେ ଟାଟା ଭୂଷଣରେ କାମ କରିବାକୁ ଗତ ୩ ଦିନ ତଳେ ଆସିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ବଅଁରପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ ଅନୁଗୁଳ- ବାଜି ରାଉତ ଛାତ୍ରାବାସର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ…
ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି…