ଆଞ୍ଚଳିକ ପୋଖରୀରୁ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଆଜି(ବୁଧବାର) ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପୋଖରୀରେ ଶବ ଭାସୁ ଦେଖି ସ୍ଥାନୀୟ ଲୋକ ବଅଁରପାଳ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲା । ମୃତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ପିଣ୍ଟୁ ରାଜବର ବୋଲି ଜଣା ପଡିଥିବା ବେଳେ ସେ ଟାଟା ଭୂଷଣରେ କାମ କରିବାକୁ ଗତ ୩ ଦିନ ତଳେ ଆସିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ବଅଁରପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ…
ଧର୍ମପ୍ରାଣା ମହିଳାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ଧର୍ମପତ୍ନୀ ନଳିନୀପ୍ରଭା ଦେହୁରୀ(୬୩)ଙ୍କ ପରଲୋକ ହୋଇଛି। କିଛି ଦିନ ହେଲା ଅସୁସ୍ଥ ହୋଇ କଟକର…
ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ…