ଆଞ୍ଚଳିକ ଗାଁ ଭିତରେ ହାତୀ ଛୁଆ Angul OnlineOctober 29, 2021October 29, 2021 ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଛୁଆଟି ସେହି ସ୍ଥାନରୁ କେଉଁଆଡ଼େ ଯାଉ ନଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବାଲିଜେରେଙ୍ଗ ଗ୍ରାମ ନିକଟରେ ଆଜି ଏକ ହାତୀ ଛୁଆ ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ପହଞ୍ଚି ହାତୀ ଛୁଆଟିକୁ ଜଙ୍ଗଲ ଭିତରକୁ ପଠାଇବା ପାର୍ଇ ଉଦ୍ୟମ କରିଥିଲା । ତେବେ ହାତୀ ଛୁଆ ଗାଁ ଭିତରକୁ ପଶି ଆସିଥିବା ଖବର ପାଇ ପ୍ରବଳ ଭିଡ ଜମିଥିଳା । ଏପରିକି ବନ ବିଭାଗ ଆଗରେ ଲୋକମାନେ ହାତୀ ଛୁଆକୁ ଚିଡାଇଥିଲେ , ଆଉ ବନ ବିଭାଗ ଦେଖଣାହାରୀ ସାଜିଥିଲା । ପରେ ଅପରାହ୍ନରେ ପ୍ରାୟ ୧୦ମାସର ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯାଇଥିଲା । ଏବେ ହାତୀ ଛୁଆର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛି । ସେପଟେ ନିଶା ଗାଁ ନିକଟରେ ମଧ୍ୟ ଆଜି ଏକ ଦାନତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ରାସ୍ତା କଡା ଧାନ ବିଲରେ ହାତୀ ବୁଲୁଥିବା ଯୋଗୁଁ ସ୍ତନିଆୟା ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । Advertisement
ବିଶିଷ୍ଟ ପାଲା ଗାୟକ କଳାକାରଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଶିମିଳିପଡ଼ା ନିବାସୀ ବିଶିଷ୍ଟ ପାଲା ଗାୟକ କଳାକାର ନାଥଙ୍କର ରବିବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧…
ୟୁନିୟନ ପାଇଁ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଶ୍ରମିକ ସଙ୍ଘ କରିବାକୁ ଯାଇ ଦୋଛକିରେ ପଡି ଯାଇଛନ୍ତି ଶ୍ରମିକ । ଗୋଟିଏ ପଟେ କାମ କରୁଥିବା ସଂସ୍ଥା ହଇରାଣ କରୁଥିବା ବେଳେ ଲେବର…
ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ ଅନୁଗୁଳ – ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଦୀର୍ଘ ଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ସ୍ପେସିଆଲିଟି…