ମୁଖ୍ୟ ଖବର ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର Angul OnlineOctober 30, 2021October 30, 2021 ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଏରୋଡା ଗ୍ରାମର ଅଜୟ କୁମାର ସ୍ୱାଇଁ ଓ ଗୁରୁତର ହେଲପର ଜଣଙ୍କ ବାପୁନି ଦାଶ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ଅଞ୍ଚଳର ଏକ ପିକଅପ ଭ୍ୟାନ ସମ୍ବଲପୁର ଅଞ୍ଚଳରୁ ପନିପରିବା ନେଇ ୫୫ ନଂ ଜାତୀୟ ରାଜପଥରେ ଅନୁଗୁଳ ଆସୁଥିବା ବେଳେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଟ୍ରକ ସହିତ ଜେରେଙ୍ଗ ଦେହୁରୀସାହିର ଲକ୍ଷ୍ମିଧରପୁର ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପିକଅପ ଚାଳକ ଅଜୟ କୁମାର ସ୍ୱାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଖଲାସି ବାପୁନି ଦାଶ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ଜରପଡା ପୁଲିସକୁ ଖବର ଦେବା ସହିତ ଗୁରୁତର ବାପୁନିଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । Advertisement
୨୦ ଦିନରେ ଗଲାଣି ୧୦ ଜୀବନ – ଅଜଣା ରୋଗ ଭୟରେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କୁକୁରପେଟା ଗାଁରେ ବ୍ୟାପୁଛି ଅଜଣା ରୋଗ । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେବା ସହିତ କୋକୁଆ…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…