ଅପରାଧ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineJune 17, 2021June 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ କୋଠରୀ ପଙ୍ଖାରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ମୃତ ବିରେନଙ୍କ ନିଜ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ କିଛି ମାସ ହେବ ରେଙ୍ଗାଳିରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ । ପୁଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି । Advertisement
ଘର ଗ୍ରୀଲ ତାଡି ଲୁଟିନେଲେ ଟଙ୍କା ଓ ସୁନା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘମରା ଠାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା…
୩୯ ଗ୍ରାମ ବ୍ରାଉନସୁଗାର ଜବତ , ୯ ଜଣ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ୬ ବ୍ରାଉନ ସୁଗାର ବେପାରୀ । ୩ ଜଣ ଯୁବକଙ୍କ ସହ ତିନି ଜଣ ମହିଳାଙ୍କୁ କାବୁ…