ମୁଖ୍ୟ ଖବର ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର Angul OnlineOctober 6, 2021October 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵର ଜିଲ୍ଲା ଅବଝୁନା ଗ୍ରାମର ସୁଶାନ୍ତ କୁମାର ବଳ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସୁଶାନ୍ତ କୁଲେଇ ଠାରେ ଥିବା ଓପିସିଏଲ ନାମକ ଘରୋଇ ଜଳ ବିଦ୍ୟୁତ କେନ୍ଦ୍ରର ସମଲ ବ୍ୟାରେଜ ଠାରେ ଥିବା କମ୍ପାନୀ କାର୍ଯ୍ୟାଳୟ ଗେଷ୍ଟ ହାଉସରେ ରୋଷେୟା ଭାବରେ କାର୍ଯ୍ୟରତ ଥିଲେ । ଆଜି ଗେଷ୍ଟ ହାଉସ ଭିତରେ ତାଙ୍କ ମୃତଦେହ ପଡିଥିବା ଖବର ଜଣା ପଡିଥିଲା । ଖବର ପାଇ ପୁଲିସ ଓ ଓପିସିଏଲ କର୍ତ୍ତୃପକ୍ଷ ପରିବାରଙ୍କ ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ତେବେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ , ସୁଶାନ୍ତଙ୍କ ଦେହ ଖରାପ ଥିବା ବେଳେ କୌଣସି କର୍ମଚାରୀ ତାଙ୍କୁ ମେଡିକାଲକୁ ନେଇ ନଥିଲେ । ତେଣୁ ଆଜି ତାଙ୍କ ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । Advertisement
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…
ଜୋର ଜବରଦସ୍ତ ଚାନ୍ଦା ଅଭିଯୋଗ – ଡ୍ରାଇଭରମାନେ ଏକାଠି ହୋଇ ଛିଡା କରିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ସିପିପି ପ୍ଳାଣ୍ଟ ସମ୍ମୁଖରେ କିଛି ଲୋକ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର । ଚାନ୍ଦା…
ପାହାଡରୁ ଭୁସ୍ଖଳନ ହୋଇ ରାସ୍ତା ବନ୍ଦ – ଯୁବଗୋଷ୍ଠୀ ନିଜ ଉଦ୍ୟମରେ ଉଠାଇଲେ ମାଟି ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଦେବୀନଗର ପାହାଡ଼ରୁ ଅତଡ଼ା ଖସି ପାତ୍ରପଡ଼ାର ପର୍ଯ୍ୟଟନସ୍ଥଳ ମା ବାୟାଣୀ ପୀଠରୁ ହଣ୍ଡପା ୫୫ନଂ ଜାତୀୟ ରାଜପଥକୁ…