ଅପରାଧ ନିଖୋଜ ଯୁବକଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା ପୋଖରୀରୁ ଉଦ୍ଧାର Angul OnlineDecember 8, 2023December 8, 2023 ଅନୁଗୁଳ – ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୁଲିସ । ମୃତ ଯୁବକଙ୍କ ନାଁ ବିକାଶ ବେହେରା । ୨୪ ବର୍ଷୀୟ ବିକାଶଙ୍କ ଘର ଅନୁଗୁଳ ଜିଲ୍ଲା କୋରଡ଼ା ଗ୍ରାମରେ । ଗତ କିଛିଦିନ ହେବ ସେ ନିଖୋଜ ଥିଲେ । ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଲୋ ଗ୍ରାମ ପଞ୍ଚାୟତ ନରହରିପୁର ଗ୍ରାମ ନିକଟ ଏକ ପଥର ଖଣିରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବାବେଳେ ମୋଟଙ୍ଗା ପୁଲିସ ଓ ଅନୁଗୁଳ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । Advertisement
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…
ଦହିବରା ଦୋକାନୀକୁ ବଟି ପାଇଁ ମାଡ ମାରିବା ଘଟଣା – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ…