ମୁଖ୍ୟ ଖବର ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା Angul OnlineMarch 18, 2021March 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି । ଗତ କିଛି ଦିନ ତଳେ ଏହି ପୋଲର ଲୁହା ସବୁ ଚୋର କାଟି ଚୋରି କରି ନେଇଯିବା ପରେ ପୋଲାତି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା । ଆଉ ରାତିରେ ଗୋଟିଏ ପଟ ପୋଲ ଭୁସୁଡି ପଡିଛି । ସୂଚନା ଅନୁସାରେ ପୋଲଟି ବ୍ରିଟିସ ସମୟରେ ୧୯୩୦ ମସିହାରୁ ୧୯୩୨ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ପୋଲଟି ଲୁହାରେ ତିଆରି ହୋଇଥିବା ବେଳେ କିଛି ବର୍ଷ ପୂର୍ବ ଯାଏ ଏହା ଉପରେ ଗାଡି ମୋଟର ଯିବା ଆସିବା କରୁଥିଲା । କିନ୍ତୁ ସମୟର ଆବଶ୍ୟକତାକୁ ନେଇ ଉକ୍ତ ପୋଲର ପାଶ୍ୱର୍ରେ ଏକ ନୂତନ ପୋଲ ୨୦୧୦ ମସିହାରେ ନିର୍ମାଣ ହୋଇଥିଲା । ନୁତନ ପୋଲ ନିର୍ମାଣ ପରେ ଏହି ଲୁହା ପୋଲ ଉପରେ ଆଉ ଯିବା ଆସିବା ହେଉ ନଥିଲା । ବିଭାଗୀୟ ରକ୍ଷଣା ବେକ୍ଷଣ ଅଭାବ ସତ୍ବେ ମଧ୍ୟ ପୋଲଟି ଅକ୍ଷୁର୍ଣ୍ଣ ଥିଲା । ତେବେ ନୁତନ ପୋଲ ନିର୍ମାଣ ପରେ ଏହି ପୁରୁଣା ପୋଲ ଉପରେ ଯାତାୟାତ ନ ହେବାର ଫାଇଦା ନେଇଥିଲେ ଚୋର । ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ଏହି ବ୍ରିଜରେ ଲାଗିଥିବା ମୂଲ୍ୟବାନ ଲୁହା ସବୁ ଚୋରି କରି ନେଇଯାଇଥିଲେ । ପୋଲଟି ଆଜକୁ ୯୦ ବର୍ଷ ହୋଇଥିବାବେଳେ ଆଉ କିଛି ବର୍ଷ ପରେ ତାହା ଏକ ଶହ ବର୍ଷରେ ପଦାର୍ପଣ କରିଥାନ୍ତା । ଯାହକୁ ପୁରୁଣା ସ୍ମୃତି ହିସାବରେ ସାଇତି ରଖିବାକୁ ସ୍ଥାନୀୟ ଲୋକ ଦାବି ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଏହି ପୁରୁଣା ପୋଲଟି ପ୍ରତି କୌଣସି ଗୁରୁତ୍ଵ ଦିଆ ଯାଇ ନଥିଲା । ଯାହା ଫଳରେ ଚୋର ଅନେକ ଲୁହା ଗୁଡିକୁ କାଟି ଚୋରି ହୋଇ ଯିବା ପରେ ପୋଲଟି ତଳକୁ ଝୁଲି ଯାଇଥିଲା । ଆଉ ଶେଷରେ ଆଜୁ ଭୁଷୁଡି ପଡିଛି । Advertisement
କାଜୁ ଜଙ୍ଗଲରେ ବିଷ ପିଇଲେ ପ୍ରେମୀଯୁଗଳ – ଉଧାର କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି ।…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…
ଅଧିଆ ପଡିଥିବା ନାବାଳକ ମୃତ ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ…