ମୁଖ୍ୟ ଖବର ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ Angul OnlineNovember 10, 2021November 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଯାତ୍ରୀବାହୀ ବସ ବାଡେଇ ହୋଇଛି । ସୂଚନା ଅନୁସାରେ ଦେବଗଡ଼ରୁ ଭୁବନେଶ୍ୱର ଯାଉଥିବା ଶିବ ଶଙ୍କର ନାମକ ବସ ବେଳେ ବିଳମ୍ବିତ ରାତିରେ ଛିଡା ହୋଇଥିବା କୋଇଲା ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସର ହେଲପର ଗୁରୁତର ହୋଇଥିବା ବେଳେ ଅନ୍ୟ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । Advertisement
ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…
ନିଜ ଘର ପୋଡି ଗିରଫ ହେଲେ ଗୃହ କର୍ତ୍ତା ଅନୁଗୁଳ – ମଦ ନିଶାରେ ଆସିଲେ , ଟାଙ୍ଗିଆ ଧରି ସ୍ତ୍ରୀ ଛୁଆଙ୍କୁ ଗୋଡ଼ାଇଲେ । ଆଉ ପରେ ନିଜ ଘରେ ନିଆଁ ଲଗାଇ ଦେଲେ ।…