ମୁଖ୍ୟ ଖବର ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ Angul OnlineNovember 10, 2021November 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଯାତ୍ରୀବାହୀ ବସ ବାଡେଇ ହୋଇଛି । ସୂଚନା ଅନୁସାରେ ଦେବଗଡ଼ରୁ ଭୁବନେଶ୍ୱର ଯାଉଥିବା ଶିବ ଶଙ୍କର ନାମକ ବସ ବେଳେ ବିଳମ୍ବିତ ରାତିରେ ଛିଡା ହୋଇଥିବା କୋଇଲା ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସର ହେଲପର ଗୁରୁତର ହୋଇଥିବା ବେଳେ ଅନ୍ୟ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । Advertisement
ଅଙ୍ଗଦାନ କରି ଅମର ହୋଇଗଲେ ଅନୁଗୁଳର ବିଶ୍ଵଜିତ ଅନୁଗୁଳ – ଅଙ୍ଗଦାନ କରି ଅମର ହେଲେ। ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ର ବିଶ୍ବଜିତ ଦାସ । ଗତ…
ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ରାସ୍ତାର ମରାମତି କରା…
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…