ମୁଖ୍ୟ ଖବର କାର ଓଲଟି ଜଣେ ମୃତ – ଦୁଇ ଗୁରୁତର Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଇଓଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅନନ୍ତବେରଣୀର ସଚିନ ନାୟକ ତାଙ୍କ ଦୁଇ ପୁତୁରାଙ୍କ ସହ କୌଣସି କାମରେ ଏକ ମାରୁତି କାରରେ ଅନୁଗୁଳ ଆସୁଥିଲେ । ତେବେ କୁଇଓ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ସହ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁତୁରା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । Advertisement
ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ନଦୀ ଘାଟରେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ । ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ହାତ ଓ ଗୋଡ଼କୁ…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…
ଭଡା ଘରେ ଚାଲିଥିଲା ବେଆଇନ ଅଲଟ୍ରାସାଉଣ୍ଡ – ପୁଲିସ ଓ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା ଗାଁର ଏକ ଘରେ ପୁଲିସ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି । ଗାଁର ଉକ୍ତ…