ଆଞ୍ଚଳିକ କେନାଲରେ ବୁଡି ଶିଶୁ ମୃତ Angul OnlineAugust 15, 2023August 15, 2023 ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା ବେଳେ ଉଭୟ କେନାଲରେ ଖସି ପଡିଥିଲେ । ସୌଭାଗ୍ଯ ବସତଃ ଜଣେ ଶିଶୁ ଉଦ୍ଧାର ପାଇ ଯାଇଥିବା ବେଳେ ଅନ୍ଯ ୩ ବର୍ଷର ଶିଶୁର ମୃତ୍ଯୁ ହୋଇଛି । ସୁଚନା ଅନୁସାରେ ହେମସୁରପଡା ନାଖରାସାହିର ସର୍ବ ବେହେରା ଓ ତାଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ତାଙ୍କ ୭ ବର୍ଷର ପୁଅ ସୁର୍ଯ୍ୟ ବେହେରା ଓ ୩ ବର୍ଷର ପୁଅ ବୁଲୁ ବେହେରା ଜମି ନିଅକଟରେ ଯାଇଥିବା କେନାଲ ହୁଡାରେ ବସି ଖେଳୁଥିଲେ । ତେବେ କୌଣସି କାରଣ ବସତଃ ଉଭୟ ଶିଶୁ କେନାଲରେ ଖସି ପଡିଥିଲେ । କିଛି ସମୟ ପରେ ସର୍ବ ଓ ତାଙ୍କ ସ୍ତ୍ରୀ ଆସି ଉଭୟ ଶିଶୁ ପାଣିରେ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସେମାନେ ଉଭୟ ଶିଶୁକୁ ପ୍ରଥମେ ଏକ ଘରୋଇ ନର୍ସିଂ ହୋମ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ୩ ବର୍ଷର ଶିଶୁ ବୁଲୁକୁ ମୃତ ଘୋଷଣା କରିଥିଲେ । ବଡ ପୁଅ ସୁର୍ଯ୍ଯ ସୁସ୍ଥ ଥିବା ଜଣା ପଡିଛି । Advertisement
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କର ରବିବାର ଦିନ ୬୦ ବର୍ଷ ବୟସରେ ଚିକିସାଧନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।…
ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ପ୍ରଦାନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ବିଧାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ…