ମୁଖ୍ୟ ଖବର କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ Angul OnlineSeptember 3, 2021September 3, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଟ୍ରାକ କାମ କରୁଥିବା ୧୮ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଭରତପୁର ଖଣିରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବା ବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚୁତ ହୋଇ ଗୋଟିଏ ପଟକୁ ମାଡିଯିବା ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଅଞ୍ଚଳର ରଘୁନାଥ ଗଉଡ଼ ବୋଲି ଜଣାପଡିଛି । ସେଠାରେ ଟ୍ରାକ କାର୍ଯ୍ୟ କରୁଥିବା ୧୮ ଜଣ ଶ୍ରମିକ ଦଉଡି ପଳାଇଥିଲେ ହେଲେ ଜଣେ ଶ୍ରମିକ ଟ୍ରେନ ବଗିରେ ଚାପି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ କଲିୟରି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି । ରେଳବିଭାଗର ଅଧିକାରୀମାନେ ପହଞ୍ଚି କେଉଁ ପରିସ୍ଥିତିରେ ଟ୍ରେନଟି ଲାଇନଚୁତ ହେଲା ତାହାର ତଦନ୍ତ କରିଛନ୍ତି । Advertisement
କାନ୍ଥ ପଡି ଅଜା ମୃତ , ନାତୁଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ…
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…
କ୍ଷମା ପାଇଁ ଶାନ୍ତିଯଜ୍ଞ ଅନୁଗୁଳ – ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉଆ ନାହିଁ…