ଆଞ୍ଚଳିକ ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା Angul OnlineAugust 8, 2024August 8, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ ମଧ୍ୟରେ ଆଲୋଚନା ହୋଇଥିଲା । ଦୀର୍ଘ ସମୟ ଧରି ଏହି ଆଲୋଚନା ହୋଇଥିଲେ ମଧ୍ୟ ଶେଷରେ ବିଫଳ ହୋଇଛି। ଫଳରେ ପୂର୍ବଭଳି ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧାରଣା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ ଦୁଇ କୋଇଲା ଖଣିରୁ ସ୍ଥାନୀୟ ଟ୍ରକକୁ ଲୋଡିଂ ଦାବିରେ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଗତ ୫ ତାରିଖରୁ ଖଣି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆ ଯାଇଅଛି । ଆଜି ଅପରାହ୍ନରେ ଉପଜିଲ୍ଲାପାଳ ବରେଣ୍ୟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତହସିଲଦାର ମାନସ ରାୟ, ଆଇଆଇସି ବିବେକାନନ୍ଦ ମହନ୍ତ, ଉପଖଣି ନିର୍ଦେଶକ, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଆଲୋଚନାରେ ନାଲକୋ କମ୍ପାନୀର ଠିକାସଂସ୍ଥା କୋଇଲା ପରିବହନରେ ଡାଲା ବଡି ଟ୍ରକ ଲଗେଇବାକୁ ରାଜି ହୋଇନଥିଲେ । ଏଥିରେ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ନାଲକୋ କମ୍ପାନୀକୁ ନିର୍ଦେଶ ଦିଆଯାଇଛି । ଜିନ୍ଦଲ କମ୍ପାନୀ ପକ୍ଷରୁ ପରିବହନ ଦର, କେତେ ପରିମାଣ ଓ କେଉଁ ପ୍ଲାଣ୍ଟକୁ କେତେ ସ୍ଥାନୀୟ ଟ୍ରକରେ ପରିବହନ ନେଇ ଆସନ୍ତା ସୋମବାର ଦିନ ସମାଧାନ ପାଇଁ କୁହାଯାଇଛି । ସମ୍ପୁର୍ଣ୍ଣ ସମାଧାନ ପର୍ଯ୍ୟନ୍ତ ଧାରଣା ଚାଲୁ ରଖିବାକୁ ସଙ୍ଘ ନିଷ୍ପତ୍ତି ନେଇଛି । ବୈଠକରେ କଂଗ୍ରେସ ନେତା ନରୋତ୍ତମ ନାଏକ, ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ, ଅକ୍ଷୟପାଦ ବେହେରା, ଚୌଧୁରୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ସଙ୍ଘ ସଦସ୍ୟ କରୁଣାକର ବିଶ୍ୱାଳ, ବନ ବିହାରି ସାହୁ, ମନୋଜ କୁମାର ସାହୁ, ସନ୍ଦୀପ ସାହୁ, ସୌମ୍ୟରଂଜନ ବେହେରା, ଦିବ୍ୟରଞ୍ଜନ ପ୍ରଧାନ, ରଜତ ସାହୁ, ମନମୋହନ ପ୍ରଧାନଙ୍କ ସମେତ ଦୁଇ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ। Advertisement
ସାପ କାମୁଡାରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ…
ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…