ମୁଖ୍ୟ ଖବର ବଢିଲେ କୁମ୍ଭୀର , କମିଲେ ପକ୍ଷୀ Angul OnlineJanuary 13, 2024January 13, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ କୁମ୍ଭୀରଙ୍କ ସଂଖ୍ଯା ବୃଦ୍ଧି ପାଇଥିବା ବେଳେ ପକ୍ଷୀ ସଂଖ୍ଯା ହ୍ରାସ ପାଇଥିବା ଜଣା ପଡିଛି । ଚଳିତ ବର୍ଷ ମହାନଦୀ ଗଣ୍ଡରେ ୯୭ଟି ମଗର , ୧୪ ଟି ଘଡିଆଳ କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବେ ୮୧ ପ୍ରଜାତିର ୩୩୩୦ ପକ୍ଷୀ ଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡି ଏଫ ଓ ସରୋଜ ପଣ୍ଡା । ତେବେ ଗତ ବର୍ଷ ମହନଦୀ ଗଣ୍ଡରେ ୭ ଟି ଘଡ଼ିଆଳ ଥିବା ବେଳେ ୮୧ ଟି ମଗର ପ୍ରଜାତି କୁମ୍ଭୀର ଥିଲେ । ଚଳିତ ବର୍ଷ ଆଉ ୧୬ ଟି ମଗର ଓ ଦୁଇଗୁଣା ଘଡିଆଳ ବୃଦ୍ଧି ହେବା ସାତକୋଶିଆ ପାଇଁ ଖୁସି ଖବର । Advertisement
ଗୁଳି ମାଡରେ ଭାଇ-ଭଉଣୀ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭାଇ ଭଉଣୀ ଦେହରେ ଗୁଳି ବାଜି ଗୁରୁତର ହୋଇଛନ୍ତି…
ଆମ୍ବୁଲାନ୍ସ ପାଖକୁ ରୋଗୀ ଆସୁ ଆସୁ ବାଟରେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି…
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…