ଆଞ୍ଚଳିକ ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର Angul OnlineAugust 24, 2023August 24, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ ବାଲିପଟା ଗ୍ରାମର ଜିରା ସେଠୀ ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ବୁଧବାର ସନ୍ଧ୍ୟାରେ ବାଲିପଟା ଗ୍ରାମ ବେଲ ଛକ ନିକଟସ୍ତ ଜିରା ସେଠୀ ଗ୍ରାମରେ ଥିବା ଡାକ୍ତରଖାନା ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ l ଏ ନେଇ ପରିବାର ଲୋକ ରାତିରେ ବହୁ ଖୋଜାଖୋଜି କରି ତାକୁ ପାଇ ନଥିଲେ l ଗୁରୁବାର ସକାଳେ ଡାକ୍ତରଖାନା ନିକଟରେ ଥିବା ପୋଖରୀରେ ତାଙ୍କର ମୃତ ଦେହ ପାଣିରେ ଭାସୁଥିବା ସ୍ଥାନିୟ ଲୋକମାନେ ଦେଖି ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇ ଥିଲେ l ଖବର ପାଇ ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାଣିରୁ ଶବକୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ପାଣିରେ ଭାସୁଥିବା ଶବ ଜିରା ସେଠୀଙ୍କର ବୋଲି ଜଣା ପଡିଥିଲା l ଏନେଇ ପୁଲିସ ଜିରାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ପାଞ୍ଚନାମା କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ବ୍ୟବଚ୍ଛେଦ ପରେ ପୋଲିସ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l Advertisement
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
ଗ୍ରାମୀଣ ବାଳିକାଙ୍କୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ…
ଶିକ୍ଷା ଓ ନାରୀ ଶକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଥିଲେ ନୁମା ଅନୁଗୁଳ – ସୋମବାର ହୋଟେଲ ଔରଭିଲା ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୨୩ ତମ ପୂଣ୍ୟତିଥି ପାଳିତ ହୋଇ…