ମୁଖ୍ୟ ଖବର ବିଦାୟକାଳୀନ ସଭାରେ ସବୁଦିନ ପାଇଁ ଆଖି ବୁଜିଲେ ପ୍ରଧାନଶିକ୍ଷକ Angul OnlineSeptember 25, 2022September 25, 2022 ଅନୁଗୁଳ – ବିଦାୟ କାଳୀନ ସଭାରେ କେହି ସବୁଦିନ ପାଇଁ ବିଦାୟ ନିଅନ୍ତି ନାହିଁ । କେବଳ ସ୍ଥାନ ବଦଳେ । ଏମିତି ଯିଏ କହୁଥିଲେ ସେ ନିଜେ ବିଦାୟ କାଳୀନ ସଭାରେ ସବୁଦିନ ପାଇଁ ଆଖି ବୁଜି ଦେଲେ । ଅନୁଗୁଳ ଜିଲ୍ଳାରେ ଏମିତି ଏକ ଘଟଣା ଘଟିଛି ଯାହା ପରେ ସମସ୍ତେ ପ୍ରାୟ କହୁଛନ୍ତି , ଏମିତି ବି ଆସେ ମୃତ୍ୟୁ !! ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ଆସନ୍ତା ୩୦ ତାରିଖରେ ନେଇଥାନ୍ତେ ଅବସର । ସେ ଦିନ ସ୍କୁଲ ଛୁଟି ରହୁ ଥିବାରୁ ଆଗୁଆ କରାଯାଇଥିଲା ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ । ଏହି ବିଦାୟକାଳୀନ ଉତ୍ସବ ହୋଇଥିଲା ତାଙ୍କ ଜୀବନର ଶେଷ ଉତ୍ସବ । ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସଭାରେ ଭାବବିହ୍ଵଳ ହୋଇ ପଡ଼ିଥିଲେ ସମସ୍ତେ । ତେବେ ସେ ନିଜେ ବକ୍ତବ୍ୟ ଦେଉଥିବା ବେଳେ ହଠାତ ଟଳି ପଡିଲେ । ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି ଅନୁଗୋଳ ବ୍ଳକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ସ୍କୁଲର ପ୍ରଧାନ ଶିକ୍ଷକ ରବିନାରାୟଣ ପାଣିଗ୍ରାହୀଙ୍କ ଘର କଟକ ଜିଲ୍ଲା ନରସିଂହପୁର ବ୍ଲକ ତଗିଲ ଗାଁ ଅଟେ । ଅବସର ଦିନ ଦଶହରା ଛୁଟି ଉପଲକ୍ଷେ ସ୍କୁଲ ବନ୍ଦ ଥିବାରୁ ଗତ କାଲି ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ବେଳେ ହଠାତ ସେ ହୃଦଘାତର ଶିକାର ହୋଇଥିଲେ । ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା, ମାତ୍ର ବିଳମ୍ବ କାରଣରୁ ଟାଟା ମ୍ୟାଜିକ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ସରଳ ମିଷ୍ଟଭାଷୀ ଭାବେ ଜଣାଶୁଣା ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଅଛି । Advertisement
ଔଷଧ ଦୋକାନରୁ ଚୋରି ଅନୁଗୋଳ – ଅନୁଗୋଳ ସହରର ଅମଲାପଡ଼ାରେ ଥିବା ଏକ ଔଷଧ ଦେକାନରୁ ଗୁରୁବାର ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ହୋଇଛି । ସୂଚନା ଯେ, ରାତିରେ…
ସବୁ ମହଲରୁ ନିନ୍ଦା , ତିରସ୍କାର , କାର୍ଯ୍ୟାନୁଷ୍ଠାନ ଦାବି ଅନୁଗୁଳ – ତାଳଚେର ଅଞ୍ଚଳର ଝିଅ ସୁଭଦ୍ରାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଜିଲ୍ଲାବାସୀ । ଦିନ ଦ୍ଵିପହରରେ…
ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ୯.୩୨ କୋଟି ମଞ୍ଜୁର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି…