ଅପରାଧ ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ Angul OnlineAugust 15, 2022August 15, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ ସମୟରେ ଚୋରୀ ହେଉଛି । ଗାଡି ଡ୍ରାଇଭର ମାନେ ଯେତେ ଜଗିଲେ ବି ବାରମ୍ବାର ଚୋରୀ ହେଉଥିବାରୁ ଗାଡିର କର୍ମଚାରୀ ଏବଂ ମାଲିକଙ୍କ ଚିନ୍ତା କାମୁ ନାହିଁ । ତେବେ ଆଜି ହିଙ୍ଗୁଳା ଖଣି ଅଞ୍ଚଳରୁ ଡିଜେଲ ଚୋରୀ କରୁଥିବା ବେଳେ ଜଣେ ଚୋରକୁ ଧରି ବାନ୍ଧିଦେବା ସହ ନିର୍ଧୂମ ମାଡ ମାରି ପୁଲିସର ଜିମା ଦେଇଛନ୍ତି ଲୋକ । ସୂଚନା ଅନୁସାରେ ହିଙ୍ଗୁଳା ଖଣି ନିକଟରେ ଛିଡା ହୋଇଥିବା ଏକ ଟ୍ରାକରୁ ଦୁଇଜଣ ଯୁବକ ଆସି ଡିଜେଲ ଟାଙ୍କି ତାଡି ତେଲ ଚୋରୀ କରୁଥିଲେ । ତେବେ ସେମାନେ ତେଲ ଜାରରେ ତେଲ କାଢୁଥିବା ବେଳେ କିଛି ଡ୍ରାଇଭରଙ୍କ ନଜରକୁ ଆସିବା ପରେ ଡ୍ରାଇଭାର ମାନେ ଏକାଠି ହୋଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ । ତାକୁ ଟ୍ରକରେ ବାନ୍ଧି ନିରଧୂମ ଛେଚିଥିଲେ । ପରେ ପୁଲିସକୁ ଖବର ଦେଇ ତାକୁ ପୁଲିସର ଜିମା ଦେଇଥିବା ଜଣା ପଡିଛି । Advertisement
ଜୟ ଦୁର୍ଗା କ୍ଲବ ପଛ ପାର୍ଶ୍ଵ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଅମଲାପଡ଼ା ସ୍ଥିତ ଦୁର୍ଗାମଣ୍ଡପ ପଛପାର୍ଶ୍ବ ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତୁରଙ୍ଗ ଗ୍ରାମର କୀର୍ତ୍ତନ…
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…
ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ…