ମୁଖ୍ୟ ଖବର ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ Angul OnlineJune 25, 2021June 26, 2021 * ଅଧିକ ପୁଅ ମାରିଲେ ବାଜିମାତ * ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ * ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ ଅନୁଗୁଳ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୯୮.୦୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ସ୍କୁଲରୁ ୧୭୨୭୭ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆମକୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୋମ୍ୟ ସୌରଭ ତ୍ରିପାଠୀ ଓ ଅନନ୍ତ ବିହାର ଡ଼ିଏଭି ଛାତ୍ର ବିକାଶ ପ୍ରଧାନ ସର୍ବାଧିକ ୫୮୨ ନମ୍ବର ରଖି ଅନୁଗୁଳ ଜିଲ୍ଲା ଟପ୍ପର ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ରହିଥିବା ବେଳେ ଏ-୨ ଗ୍ରେଡ୍ ରେ ୭୭୨ ଜଣ , ବି-୧ ଗ୍ରେଡରେ ୧୮୯୮ ଜଣ , ବି-୨ ରେ ୩୦୩୭ ଜଣ , ସି ଗ୍ରେଡରେ ୪୦୨୮ ଜଣ , ଡ଼ି ଗ୍ରେଡରେ ୩୯୯୫ ଜଣ ଓ ଇ ଗ୍ରେଡରେ ୩୦୯୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୫୩୪ ଜଣ ଛାତ୍ର ଓ ୮୪୧୨ ଜଣ ଛାତ୍ରୀ ଅଛନ୍ତି । ତେବେ ଚଳିତ ବର୍ଷ ୨୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣା ପଡିଛି । Advertisement
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…
କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…