ଅନୁଗୁଳ ଡାଇରିପବନା ଉବାଚ ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି Angul OnlineJanuary 26, 2021January 26, 2021 ଅନୁଗୁଳ: ଅନୁଗୁଳ ପ୍ରଶାସନିକ ଅଧିକାରୀଙ୍କ ଗଞ୍ଜାମ ପ୍ରୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଏବେ ଗଞ୍ଜାମ ଜିଲ୍ଲାର ଛାପ ଦେଖିବାକୁ ମିଳୁଛି । ଜିଲ୍ଲାରେ ଅନେକ ସାଧନ ଥିବା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରୁ ସାଧନ ଆସୁଛି । ଗଞ୍ଜାମ ଉଦ୍ୟୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ସୁଯୋଗ ମିଳୁଛି । ଏହା ପଛରେ କଣ ରହସ୍ୟ ରହିଛି ବୋଲି ପ୍ରଶ୍ନ ଉଠିଛି । ବିନା ଟେଣ୍ଡରରେ ଲକ୍ଷାଧିକ ଟଙ୍କାର କାମ ମନ ମୁତାବକ ଲୋକ ହାତକୁ ଟେକି ଦିଆଯାଉଛି । ଏପରିକି ଛୋଟମୋଟ କାମ ମଧ୍ୟ ଜିଲ୍ଲାବାସୀଙ୍କୁ ମିଳୁନି । ଯାହାର ଏକ ନଗ୍ନ ଉଦାହରଣ ହେଲା, ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଗାଡ଼ି ବ୍ୟବସ୍ଥା ହୋଇଥିଲା । ସେଥିରୁ ଗୋଟିଏ ଗାଡ଼ି ଗଞ୍ଜାମ ଜିଲ୍ଲାରୁ ଆସିଥିଲା । ଆଉ ଗୋଟିଏ ଗାଡ଼ି ଅନୁଗୁଳ ସହରର ଥିଲା । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାର୍କ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହାର ପ୍ଲାନିଂ ତଥା ନକ୍ସା ପ୍ରସ୍ତୁତ କରିବାକୁ ଗଞ୍ଜାମ ଜିଲ୍ଲାର ଆର୍କିଟେକ୍ଚରଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି । ଏଭଳି ଅନେକ ଉନ୍ନୟନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାର ଲୋକଙ୍କ ହାତରେ ଚାଲିଛି । ଅନୁଗୁଳ ଜିଲ୍ଲାରେ ଅନେକ କୁଶଳୀ ତଥା ଦକ୍ଷ ଲୋକ ଓ ସାଧନ ରହିଥିବା ବେଳେ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରାନଯିବା ପଛରେ ଅନେକ ରହସ୍ୟ ରହିଥିବା ଆଲୋଚନା ହେଉଛି । ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଏସବୁ କାର୍ଯ୍ୟ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଅଧିବାସୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଭକୁଆ ବନାଯାଉଥିବା ନାମ ଗୋପନ ରଖିବା ସର୍ତ୍ତରେ ଜୈନିକ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଏହି ଗଞ୍ଜାମ ପ୍ରୀତି ନଛାଡ଼ିଲେ ଆଗାମୀ ଦିନରେ ଜିଲ୍ଲାର ଶିଳ୍ପଦ୍ୟୋଗୀ ତଥା କୁଶଳୀ କାରିଗରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ଶକ୍ତି ପୀଠରେ ସଂସ୍କୃତିର ମହାକୁମ୍ଭ: ଗୋଟିପୁଅ ନୃତ୍ୟର ତାଳେ ତାଳେ ଝୁମିଲା ତାଳଚେର। ଲୋକ ମହୋତ୍ସବରେ ଓଡ଼ିଶୀ ପରମ୍ପରାର ଝଲକ: ମନ୍ତ୍ରୀଙ୍କ ବାର୍ତ୍ତା ସହ କଳାକାରଙ୍କ ଜଲୱା। ମା’ ହିଙ୍ଗୁଳାଙ୍କ ପୀଠରେ କଳା ଓ ଭକ୍ତିର ସମନ୍ୱୟ: ଦ୍ୱିତୀୟ ସନ୍ଧ୍ୟାରେ ଜମିଲା…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…