ଅପରାଧମୁଖ୍ୟ ଖବର ଓଲଟା ଉଡିଲା ତ୍ରିରଙ୍ଗା Angul OnlineJanuary 26, 2021January 26, 2021 ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ ତାହା ଶିଖିପାରିଲେନି ସରକାରୀ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ଇଲିଛି ଅନୁଗୁଳ ସହରରେ । ସୂଚନା ଅନୁସାରେ ଆଜି ସକାଳେ ଅନୁଗୁଳର ସଂଯୁକ୍ତ ସମବାୟ ବ୍ୟାଙ୍କ ପରିସରରେ ପତାକା ଉତ୍ତୋଳନ ହୋଇଥିଲା । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ପତାକା ଉତ୍ତୋଳନ ବେଳେ ପତାକାଟି ଓଲଟା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଓଲଟା ପତାକା ଉଡିବା ଦେଖି ପୁଣି ଥରେ ପତାକାକୁ ତଳକୁ ଆଣି ସିଧାକରି ସଠିକ ଭାବେ ବନ୍ଧା ଯାଇଥିଲା । ତେବେ ଏଭଳି ଘଟଣା ଦେଖି ଜିଲ୍ଲାପାଳ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରି ସେଠାରୁ ଚାଲି ଯାଇଥିଲେ । ତେବେ ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସରକାରୀ ଅଧିକାରୀ ମାନେ ଜାତୀୟ ପତାକାକୁ ନେଇ ଲୋକ ସଚେତନ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । Advertisement
ବିଅର ବାର ନିକଟରେ ଦୁଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ – ଉଭୟ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ା ଗାଡ଼ିଆ ନିକଟରେ ଥିବା ଏକ ବିଅର ବାର ଠାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇ…
ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର…
ସୁନା ସଫା କରିବା ଆଳରେ ଲୁଟ୍ – ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ୪ ଗିରଫ ଅନୁଗୋଳ – ସୁନା ଅଳଙ୍କାର ସଫା କରିବା ଆଳରେ ଠକେଇ ଓ ଲୁଟ୍ ଚଳାଇଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଛି ଅନୁଗୋଳ ପୋଲିସ। ଛେଣ୍ଡିପଦା…