ଅପରାଧ କୋରିଅରର ସଂସ୍ଥାରୁ ସଶସ୍ତ୍ର ଡକାୟତି Angul OnlineMay 16, 2023May 16, 2023 ଅନୁଗୋଳ – ଅନୁଗୋଳ ସହର ଡିଆଇସି ଛକ ନିକଟରେ ଥିବା ଈ-କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି । ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଦୁଇ ଜଣ ଯୁବକ ଭିତରକୁ ପଶି ଆସିଥିଲେ । ଈ-କାର୍ଟ କୋରିଅରର କର୍ମଚାରି ମାନେ କିଛି ବୁଝିବା ଆଗରୁ ଉଭୟ ଯୁବକ ଛୁରୀ ଦେଖାଇ ଭୟଭୀତ କରିଥିଲେ । ସିସିଟିଭି ସିଷ୍ଟମକୁ ଭାଙ୍ଗିବା ପରେ ଆଲମାରୀ ଓ ଆଇରନ ଚେଷ୍ଟକୁ ତାଡି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଧରି ଶିମିଳିପଡା ଆଡକୁ ମୋଟରସାଇକେଲରେ ଦ୍ରୁତ ଗତିରେ ପଳାଇଥିଲେ । ଖବର ପାଇ କୋରିଅରର ଇନଚାର୍ଜ ଅଜିତ ପ୍ରଧାନ ଅଫିସରେ ପହଞ୍ଚି ଏ ନେଇ ଅନୁଗୋଳ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଡକାୟତି ନେଇ ତଦନ୍ତ ଜାରି ରଖୁଛି । Advertisement
ହରିମଉରୀ ଛକରେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ଅନୁଗୁଳ – ଅନୁଗୁଳ ସହରର ହରିମଉରୀ ଛକ ଠାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଛନ୍ତି ।…
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…
ଦମ୍ପତିଙ୍କୁ ତାଲା ପକାଇ ଟଙ୍କା ଲୁଟି ନେଲେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା…