ମୁଖ୍ୟ ଖବର ଡୋରରେ ଚାପି ହୋଇ ଚାଳକ ମୃତ Angul OnlineFebruary 28, 2021February 28, 2021 ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ । ମୃତ ଟିପର ଚାଳକ ଜଣଙ୍କ ହେଲେ ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମର ଅଶୋକ ମାଝୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଜ୍ଜନ ଅଗ୍ରୱାଲ ନାମକ ଜଣେ ଠିକାଦାରଙ୍କା ଏହି ଠିକା କ୍ୟାମ୍ପରେ ଟିପର , ହାଇୱା ଗୁଡ଼ିକ ପାର୍କିଂ ହୋଇଥିଲା । ସକାଳେ ଗାଡିରେ ଚଢିବାକୁ ଅଶୋକ ଡୋର ଖୋଲି ଭିତରକୁ ପ୍ରବେଶ କରିବା ସମୟରେ ସେଠାରେ ଥିବା ଅନ୍ୟ ଏକ ଗାଡ଼ି ହଠାତ୍ ପଛକୁ ଗଡି ଧକ୍କା ଦେଇଥିଲା । ଫଳରେ ଡୋର ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରୁ ମୃତଦେହ ଜବତ କରି ଅନୁସନ୍ଧାନ ଚଳାଇଛି । Advertisement
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…
ବସ ଖରାପ ବେଳେ ଟ୍ରକ ଧକ୍କାରେ ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ସୂଚନା…