ମୁଖ୍ୟ ଖବର ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! Angul OnlineJune 19, 2024June 19, 2024 ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି । ସୂଚନା ଅନୁସାରେ , ଜରାସିଂହା ପୁରୁଣାସାହିର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି । ପ୍ରତ୍ୟକ ଦିନ ଘର ବାହାର ପଟରେ ଶୋଇବାକୁ ଆସନ୍ତି । ଗତ କାଲି ଗାଁ ଆଡୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଡ଼ ଭାଇ ବିରଞ୍ଚିଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହୋଇଥିଲା । ତେବେ ପରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ଖାଇ ସାରି ଶୋଇ ବାକୁ ଯାଇଥିଲେ । ସକାଳୁ ଉଠିଲା ଦେଖିଲା ବେଳକୁ ଗଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦା ଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦା ଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ସଦର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବିରଞ୍ଚି ଟାଙ୍ଗିଆରେ ହାଣି ଗଦାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । Advertisement
ସାତକୋଶିଆକୁ ମିଳିଲା ରାମସାର ମାନ୍ୟତା ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଆଜି ୟୁନିସ୍କୋ ପକ୍ଷରୁ ରାମସାର ମାନ୍ୟତା ମିଳିଛି । ଏଭଳି ଏକ ଅନ୍ତରରାଷ୍ଟୀୟ ମାନ୍ୟତା ହାସଲ କରିବା ଏକ…
ପୁଲିସକୁ ଆକ୍ରମଣ କଲେ ଉତ୍ତ୍ଯକ୍ତ ଲୋକେ-ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିବାକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ପୁଣି ଆଜି ଏକ ଜୀବନ ଯାଇଛି । ଯାହକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା…
କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ସଂଘ ସଭାନେତ୍ରୀ ଅନୁଗୁଳ – କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । ଲୋକଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦେଇ ହେଉ ଅବା ଝିଅର ଉଚ୍ଚ…