ମୁଖ୍ୟ ଖବର ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! Angul OnlineJune 19, 2024June 19, 2024 ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି । ସୂଚନା ଅନୁସାରେ , ଜରାସିଂହା ପୁରୁଣାସାହିର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି । ପ୍ରତ୍ୟକ ଦିନ ଘର ବାହାର ପଟରେ ଶୋଇବାକୁ ଆସନ୍ତି । ଗତ କାଲି ଗାଁ ଆଡୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଡ଼ ଭାଇ ବିରଞ୍ଚିଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହୋଇଥିଲା । ତେବେ ପରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ଖାଇ ସାରି ଶୋଇ ବାକୁ ଯାଇଥିଲେ । ସକାଳୁ ଉଠିଲା ଦେଖିଲା ବେଳକୁ ଗଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦା ଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦା ଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ସଦର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବିରଞ୍ଚି ଟାଙ୍ଗିଆରେ ହାଣି ଗଦାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । Advertisement
ଦୁର୍ଘଟଣାରେ ଆହତ ଅଧ୍ୟାପକଙ୍କ ମୃତ୍ୟୁ ପାଲଲହଡା – ଗତ ଶନିବାର ଦିନ ଗାଡି ଧକ୍କାରେ କଲେଜର ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ ଗୁରୁତର ହେଇଥିଲେ । ସୋମବାର ସକାଳେ ତାଙ୍କର ଭୁବନେଶ୍ୱର ଏକ…
ଟ୍ରେନରେ ଠିକା ଶ୍ରମିକଙ୍କ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬ ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…