ଆଞ୍ଚଳିକ ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ Angul OnlineJuly 9, 2021July 9, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ ଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଛି । ଏହାର ମୃତ୍ୟୁ ବିଦ୍ୟୁତ ଆଘାତ ଦ୍ୱାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ତେବେ ଏହି ଘଟଣାରେ ବନ୍ତଳା ବନାଞ୍ଚଳ ପକ୍ଷରୁ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର ଲୋକେ ଚାଷ ବାସ କରି ପ୍ରାୟତଃ ନିଜର ଜୀବିକା ନିର୍ବାହ କରନ୍ତି । ଜଙ୍ଗଲକୁ ଲାଗି ଏହି ଗାଁର ପ୍ରାୟ ଚାଷ ଜମିଗୁଡିକ ରହିଛି । ଜଙ୍ଗଲୀ ପଶୁ ବହୁ ସମୟରେ ଚାଷ ଜମିକୁ ପଶି ଫସଲ ନଷ୍ଟ କରୁଥିବା ବେଳେ କେତେକ ସମୟରେ ଲୋକେ ଏହି ଜନ୍ତୁ ମାନଙ୍କ ଦାଉରୁ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥାନ୍ତି । ତେବେ ଶୁକ୍ରବାର ଏମିତି କିଛି ଘଟଣା ଘଟି ଏକ ଦନ୍ତାହାତୀର ପ୍ରାଣ ଯାଇଥିବା ଜଣାପଡିଛି । ତଳଗଡ଼ ଗାଁର ଯୋଗିନାଥ ପ୍ରଧାନ ନିଜର ଚାଷ ଜମିରେ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥିଲେ । ଫସଲ ଖାଇବାକୁ ଆସିଥିବା ବେଳେ ଏକ ଦନ୍ତାହାତୀ ଦେହରେ ବିଦ୍ୟୁତ ଆଘାତ ଲାଗି ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଯୋଗିନାଥଙ୍କୁ ବନବିଭାଗ ଅଟକ ରଖିଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ ଅନୁଗୁଳ – ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ବୁଧବାର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର…
ଚିଠା ଭୋଟର ତାଲିକା ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର କୋର୍ଟ ରୁମ ଠାରେ ଉନ୍ମୋଚନ କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ…
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…